ଆସ୍ଥା ଓ ବିଶ୍ବାସର ପର୍ବ ଛଠ, ସୂର୍ଯ୍ୟଙ୍କୁ ଅରକ ଦେବାସହିତ ବ୍ରତ ସଂପନ୍ନ

0 131


କଣ୍ଟାବାଞ୍ଜି, ୨୧/୧୧- ଆସ୍ଥା ଓ ବିଶ୍ୱାସ ର ପରମ୍ପରାଗତ ମହାନ ପର୍ବ ଛଠ ଆଜି ସୂର୍ଯ୍ୟ କୁ ଅରକ ଦେବା ସହିତ 36 ଘଣ୍ଟିଆ ନିର୍ଜଳା ବ୍ରତ ସଂପନ୍ନ ହୋଇଛି । ସୂର୍ଯ୍ୟ ଓ ଭଉଣୀ ଛଠି ମାତାକୁ ସମର୍ପିତ ଏହିପର୍ବ ବର୍ତ୍ତମାନ ସାରା ବିଶ୍ୱରେ ପ୍ରଚଳିତ । କଣ୍ଟାବାଞ୍ଜିସ୍ଥିତ ବିହାରର ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ରେଳବାଇ ପୋଖରୀ ଘାଟକୁ ସଫା କରି କାଲି ସନ୍ଧ୍ୟା ଅରକ ଦିଆଗଲା, ପୁନଃ ଆଜି ସକାଳର ସୂର୍ଯ୍ୟକୁ ଦୁଧ, ଜଳର ଅରକ ଦେଇ ପୂଜା ଅର୍ଚନା କରାଗଲା । ମା, ଭଉଣୀ ମାନେ ଆଜି ସକାଳର ଅରକ ଦେବା ସଂଗେ ବ୍ରତ ପୂର୍ଣ୍ଣ କରିଛନ୍ତି । ଏହା ଗୋଟିଏ ପର୍ବ ଯାହାକି ପ୍ରକୃତି, ଉଷା ବାୟୁ ଉପରେ ଆଧାରିତ, ସୂର୍ଯ୍ୟ ର ଅସ୍ତ ଓ ଉଦୟ ଅର୍ଥାତ ଦୁହି ରୂପ ର ପୂଜା କରା ଯାଏ ଆଉ ଧୀରେ ଧୀରେ ଅନ୍ୟ ସମ୍ପ୍ରଦାୟ ମଧ୍ୟ ରେ ଛଠ ପୂଜା ପ୍ରତି ଆସ୍ଥା ଓ ଭକ୍ତି ଦେଖିବାକୁ ମିଳୁଛି l

hiranchal ad1
Leave A Reply

Your email address will not be published.

twelve + twenty =