ବଲାଙ୍ଗୀର, ୨୫/୭- ଆବାସ ଯୋଜନାରେ ପଶ୍ଚିମାଞ୍ଚଳ ପ୍ରତି ଅବହେଳା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପଦଯାତ୍ରା କରୁଥିବା କୋଶଲ ଯୁବ ସମନ୍ବୟ ସମିତିର ପ୍ରତିବାଦକାରୀଙ୍କୁ ଗିରଫ କରିଛି ସଇଁତଳା ପୋଲିସ୍। ଖବର ଅନୁସାରେ, ଗତକାଲି ରାତିରେ ବରଗାଁ ଛକ ଠାରେ ମହିଳା ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ରାସ୍ତାରେ ଯାଉଥିବା ଦେଖି ଘେରି ନାରାବାଜି କରିଥିଲେ।ଘଟଣାସ୍ଥଳରେ Saintala ପୋଲିସ୍ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ।ସୂଚାଇ ଦିଆଯାଏ ଯେ, KYCCର କର୍ମକର୍ତ୍ତା ସରକାରଙ୍କ ଆବାସ ଯୋଜନାରେ ପଶ୍ଚିମାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦ କରି କଳାହାଣ୍ଡିରୁ ବରଗଡ ଯାଏ ସ୍ବାଭିମାନ ଯାତ୍ରା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.