କାଶୀନଗର ଓ ଗୁମ୍ମା ବ୍ଲକବାସୀଙ୍କୁ ମୁଖ୍ୟମନ୍ତ୍ରୀ’ଙ୍କ ୧୩୪.୮୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଭେଟି

0 83

ସ୍ବାଧୀନତା ଦିବସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା’ର କାଶୀନଗର ଓ ଗୁମ୍ମା ବ୍ଲକବାସୀ’ଙ୍କ ଉପକାର ନିମନ୍ତେ  ଏକ ନୂତନ ବୃହତ ପାନୀୟ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ  ପାରଳାଖେମୁଣ୍ଡି ଠାରେ ସାମ୍ବାଦିକ ମାନଙ୍କୁ ଏଠାରେ ସୂଚନା ଦେଇଛନ୍ତି ।                            ସାଂସଦ ସାହୁ କହିଛନ୍ତି , ଗ୍ରାମୀଣ ପାଇପ ଜଳ ଯୋଗାଣ ନିମନ୍ତେ ବସୁଧା  ପାନୀୟ ଜଳ ଯୋଗାଣ ଯୋଜନା’ରେ  ଗଜପତି ଜିଲ୍ଲାର ୨ ଟି ବ୍ଲକ ଯଥା:- କାଶୀନଗର ଓ ଗୁମ୍ମା ବ୍ଲକ ବାସୀଙ୍କ ପାନୀୟ ଜଳ ସୁବିଧା ପାଇଁ  ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨ଟି ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ମୋଟ ୧୩୪.୮୨ କୋଟି ଟଙ୍କା କେବିନେଟ’ରେ ଅନୁମୋଦନ କରିଛନ୍ତି । ଏହି ୧୩୪.୮୨ କୋଟି ଟଙ୍କା ବ୍ୟୟରେ କାଶୀନଗର ଓ ଗୁମ୍ମା ବ୍ଲକ ଅଞ୍ଚଳ’ରେ ୨ଟି ବୃହତ ନୂତନ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଏଥିରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର  ୧୬ ଗୋଟି ଗ୍ରାମର ୧୨ ହଜାର ଲୋକ  ଏବଂ କାଶୀନଗର ବ୍ଲକର ୮୭  ଗୋଟି ଗ୍ରାମର ୪୮ ହଜାର ଲୋକ ପାନିୟ ଜଳ  ପାଇବା କ୍ଷେତ୍ରରେ ବିଶେଷ ଭାବେ ବର୍ଷତମାମ ଉପକୃତ ହୋଇପାରିବେ ।       

hiring

ବିଶେଷ କରି  ଗୁମ୍ମା ଓ କାଶୀନଗର ବ୍ଲକର  ମୋଟ ୧୦୩ ଟି ଗ୍ରାମ’ର ୬୦ ହଜାର’ରୁ ଉର୍ଦ୍ଧ୍ବ ଲୋକେ ଏହି ପାନୀୟଜଳ ପ୍ରକଳ୍ପ ଦ୍ୱାରା  ବିଶେଷ ଉପକୃତ ହେବେ ବୋଲି ସାଂସଦ ଶ୍ରୀ ସାହୁ ପ୍ରକାଶ କରି ଆଗାମୀ ଦିନରେ ଗଜପତି ଜିଲ୍ଲାବାସୀ’ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଅନେକ ନୂତନ  ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଆରମ୍ଭ କରିବା ମଧ୍ୟ ସ୍ଥିର କରିଛନ୍ତି ।।                   ।   ସାଂସଦ’ଙ୍କ ଏହି ସୂଚନା ଦେବା ବେଳେ;,  ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ , ପାରଳା ରାଜକୁମାରୀ କଲ୍ୟାଣୀ ଗଜପତି , ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜୁ , ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟମୀ ଗମାଙ୍ଗ ଓ  ବିଜେଡି ନଗର ସଭାପତି ଶ୍ରୀ ସୁର୍ଯ୍ୟ ନାରାୟଣ ରାଜଗୁରୁ ପ୍ରମୁଖ’ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × four =