ଫଲସାପଡା ଘଟଣାରେ ୩ ଗିରଫ

0 250

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଫଲସାପଡା ଗାଁର ସୁରେନ୍ଦ୍ର ବନଛୋରଙ୍କ ମୃତଦେହ ଗତ ୬ ତାରିଖର ଦିନ ଉଦ୍ଧାର କରିଥିଲା ବେଲପଡା ଥାନା ପୁଲିସ । ଘଟଣାର ତଦନ୍ତ କରି ବେଲପଡା ପୁଲିସକୁ ବଡ ସଫଳତା ମିଳିଛି । ଜମି ବିବାଦକୁ ନେଇ ନିଜଭାଇ ଅନ୍ୟ ଦୁଇଜଣଙ୍କ ସହିତ ହତ୍ୟା କରିଥିବା ପୁଲିସ କହିଛି । ଏହି ଘଟଣାରେ ୩ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଫଲସାପଡା ଗାଁର ରାଜକୁମାର ବନଛୋର(୨୩), ଛତ୍ରିଆପଡାର ଉଦ୍ଧବ ଛତ୍ରିଆ(୨୫) ଏବଂ ନରସିଂହ ଛତ୍ରିଆ (୧୯) ବୋଲି ପାଟଣାଗଡ ଏସଡିପିଓ ସୁରେଶ ନାଏକ ପାଟଣାଗଡରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବେଲପଡା ଥାନାଧିକାରୀ ସଚ୍ଚିଦାନନ୍ଦ ବରିହା ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ । ସୁରେନ୍ଦ୍ର ଓ ରାଜକୁମାର ମଧ୍ୟରେ ଦୀର୍ଘଦିନହେଲା ଜମିବିବାଦ ଲାଗି ରହିଥିଲା । ତେବେ ଗତ ୫ ତାରିଖ ରାଜକୁମାରର ଦୁଇ ସାଙ୍ଗ ଉଦ୍ଧବ ଓ ନରସିଂହ ସହ ମିଶି ସୁରେନ୍ଦ୍ରକୁ ମାରିବାକୁ ଯୋଜନା କରିଥିଲେ । ରାଜକୁମାର ଯୋଜନା ମୁତାବକ ସେମାନେ ପ୍ରଥମେ ସୁରେନ୍ଦ୍ରକୁ ଘରୁ ଡାକିଥିଲେ । ତା\’ପରେ ସେମାନେ ମଦ ମାଂସର ଅଶର ଜମାଇ ଚାରିଜଣ ଭୋଜିଭାତ ଖାଇଥିଲେ । ଖାଇ ସାରି ଘରକୁ ଫେରିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସୁରେନ୍ଦ୍ର ସହିତ ଝଗଡା କରିଥିଲେ । ଏହା ପରେ ପଲିିଥିନରେ ସୁରେନ୍ଦ୍ରର ମୁଣ୍ଡକୁ ଘୋଡାଇ ଥିଲେ । ପରେ ବ୍ୟବହୃତ ପଲିଥିନ ଏବଂ ସାର୍ଟକୁ ବୁଦା ମୂଳରେ ଲୁଚାଇ ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଦୁର୍ଘଟଣାର ରୂପ ଦେଇ ସୁରେନ୍ଦ୍ରକୁ ରାସ୍ତା କଡରେ ଶୁଆଇ ଦେଇ ସାଇକେଲକୁ ତା\’ପାଖରେ ରଖି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

19 − 18 =