କାର୍ଯ୍ୟରେ ଅବହେଳା କରି ଫସିଲେ ଘଣ୍ଟାପଡା ରାଜସ୍ୱ ନୀରିକ୍ଷକ

0 1,169

ବୌଦ୍ଧ,୨୪/୪ – ଚଳିତ ରବି ଋତୁରେ ଚାଷୀ ଧାନ ପଂଜିକରଣ କାର୍ଯ୍ୟରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଘଣ୍ଟାପଡା ରାଜସ୍ୱ ନୀରିକ୍ଷକଙ୍କ ଅବହେଳା ଯୋଗୁଁ ଉମା ଓ କୁଲୁତାଜୋର୍ ସେବା ସମବାୟ ସମିତିର 28 ଜଣ ଚାଷୀଙ୍କ 59 ଟି ପ୍ଲଟ ପଂଜିକରଣ ହୋଇ ପାରିନଥିଲା l ନିୟମ ଅନୁଯାୟୀ ଚାଷୀ ମାନେ ଧାନ ପଂଜିକରଣ ପାଇଁ ଆବେଦନ କରିବା ପରେ ସମିତିର ସମ୍ପାଦକ, ସ୍ଥାନୀୟ କୃଷି ଗ୍ରାମ ସେବକ ଓ ରାଜସ୍ୱ ନୀରିକ୍ଷକ ମିଳିତ ଭାବେ ତଦନ୍ତ କରିବା ନିୟମ ରହିଥିବା ବେଳେ ଘଣ୍ଟାପଡା ରାଜସ୍ୱ ନିରିକ୍ଷକ ଏ କାର୍ଯ୍ୟରେ ସହଯୋଗ କରି ନଥିଲେ ଫଳରେ 28 ଜଣ ଚାଷୀଙ୍କ ଧାନ ପଂଜିକରଣ ହୋଇ ପାରିନଥିଲା l ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ସମବାୟ ସମିତିର ସହକାରୀ ନିବନ୍ଧକ ଓ ଜିଲ୍ଲା ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ | ତଦନ୍ତ ପରେ ରାଜସ୍ୱ ନିରିକ୍ଷକ ଅବହେଳା ପ୍ରଦର୍ଶନ କରିଥିବା ଜଣା ପଡିବା ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ କଣ୍ଟାମାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l କଣ୍ଟାମାଳ ତହସିଲଦାର ରାଜସ୍ୱ ନୀରିକ୍ଷକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁ ଚାଷୀମାନେ ଅପେକ୍ଷା କରି ରହିଛନ୍ତି l

hiranchal ad1
Leave A Reply

Your email address will not be published.

twelve + 4 =