ପାଟଣାଗଡ,୯/୩ – ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ମାଟିଖାଇ ଗାଁର ଅଶୋକ ସାଗର ବେଲପଡା ଏସ୍ ବି ଆଈ ରୁ ପଚାଶ ହଜାର ଟଙ୍କା ବାହାର କରି ବ୍ୟାଙ୍କରୁ ବାହାରୁ ଥିବା ବେଳେ ୨ ଜଣ ଦୁର୍ବୁତ ଘଗୁର୍ଳି ଗାଁର ରିଙ୍କୁ ନାଗ(୩୨) ଓ ରାୟପୁର ର ଜୀବର୍ଧନ୍ ଯାଦବ (୩୦) ଟଙ୍କା ଛଡାଇ ନେଇ ଏକ ମାମଲା ବେଲପଡା ଥାନାରେ ରଜୁ ହୋଇଛି । ଆସନ୍ତାକାଲି ତାଙ୍କୁ କୋର୍ଟକୁ ପଠାଯିବ ବୋଲି ବେଲପଡା ଥାନା ଅଧିକାରୀ ସଚିଦାନନ୍ଦ ବରିହା ସୁଚନା ଦେଇଛନ୍ତି।