କେବଳ କାଗଜ ପତ୍ରରେ କଣ୍ଟେନମେଣ୍ଟ, ସବୁଠି ଖୋଲା ମେଲା

0 1,951

ବୌଦ୍ଧ,୩/୫ – ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ଦିନ ହେଲା କରୋନା ପ୍ରଭାବିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି | ଜିଲ୍ଲାପାଳଙ୍କ ଦ୍ବାରା କଣ୍ଟେନମେଣ୍ଟ ଜୋନ ଘୋଷିତ ହେବା ପରେ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ସ୍ଥାନକୁ ନିଷିଦ୍ଧlଞ୍ଚଳ ଭାବେ ବାଡ ଦେଇ ସୁଚନା ଦେବା କଥା l ଗତବର୍ଷ ସେଭଳି କରାଯାଉଥିଲା l ମାତ୍ର ଚଳିତ ବର୍ଷ କେତେକ ଅଞ୍ଚଳରେ ତାହା ଦେଖିବାକୁ ମିଳୁନାହିଁ | ଯଦ୍ୱାରା ଗ୍ରାମବାସୀ ମଧ୍ୟ ତାଙ୍କ ଗ୍ରାମରେ କିଏ କରୋନା ପଜିଟିଭ ଚିନ୍ହଟ ହୋଇଛନ୍ତି ଓ କେଉଁ ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ତାହା ଜାଣିବାର ଅବକାଶ ମିଳୁନଥିବା ଅଭିଯୋଗ ହେଉଛି | ହରଭଙ୍ଗା ବ୍ଲକ୍ ରାମଗଡ଼ ଗ୍ରାମ ପଞ୍ଚାୟତ ମହୀବାହାଲ୍ ଗ୍ରାମରେ ଗୋଟିଏ ଦିନରେ 10 ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ଗତ 1 ତାରିଖ ଦିନ ଜିଲ୍ଲାପାଳ ମହୀବାହାଲ୍ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିଲେ | ଇତି ମଧ୍ୟରେ ତିନି ଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବାର କୌଣସି ସଂକେତ ଗ୍ରାମବାସୀ ଦେଖି ପାରୁନଥିବା ଅଭିଯୋଗ କରିଛନ୍ତି l ସେମାନଙ୍କ ଗ୍ରାମର କେଉଁ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି ତାର ଚିନ୍ହବର୍ଣ୍ଣ ସେମାନଙ୍କ ଦୃଷ୍ଟି ଗୋଚର ହେଉନଥିବା ପ୍ରକାଶ କରିଛନ୍ତି | ଲୋକେ କେବଳ ଭୟ ଓ ଆଶଂକା ଭିତରେ ରହୁଥିବା ବେଳେ ପ୍ରଶାସନର ଅବହେଳା ତାଙ୍କ ତାହାକୁ ଆହୁରି ଦ୍ୱିଗୁଣିତ କରୁଛି | ଏ ସମ୍ପର୍କରେ ଜିଲ୍ଲାପାଳ ଦୃଷ୍ଟି ଦେଇ ସ୍ଥାନୀୟ ପ୍ରଶାସନକୁ ଏ ମାମଲାରେ ସକ୍ରୀୟ କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି |

hiranchal ad1
Leave A Reply

Your email address will not be published.

11 − 1 =