ବୋୖଦ୍ଧ,୮/୬ – ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ପରିସରରେ କୋଭିଡ଼ କଟକଣା ଆଧାରରେ ସୀମିତ ସଂଖ୍ୟକ ସଭ୍ୟ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରା ,ଅତିରିକ୍ତ ତହସିଲଦାର ହରିଓମ ଭୋଇ, ଏସ. ଆଇ ପୁରୁଣାକଟକ ଥାନା ଧବଳେଶ୍ବର ମିଶ୍ର, ସହକାରୀ ଯନ୍ତ୍ରୀ ଅର୍ଜୁନ ଗଡନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଗତବର୍ଷ ରଥଯାତ୍ରା ଆୟବ୍ୟୟ ହିସାବ ସହିତ ବିବରଣୀ ସମ୍ପାଦକ ବାମଦେବ ଦାଶ ଉପସ୍ଥାପନ କରିଥିଲେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ଦେବୋତ୍ତର ଅଧିକାରୀ ଛେରା ପହଁରା ଦାୟିତ୍ବ ନିର୍ବାହ କରିବା ପାଇଁ ସ୍ଥିର କରା ଯାଇଥିଲା । କୋଭିଡ଼ କଟକଣା ଯୋଗୁଁ ରଥଯାତ୍ରା ନୀତି ମନ୍ଦିର ପରିସରରେ ସମାପନ ସହିତ କଟକଣା କୋହଳ ହେଲେ ପୂର୍ବ ପରି ରଥଯାତ୍ରା କରାଯିବାକୁ ନିଷ୍ପତ୍ତି କରାଗଲା। ମୁଖ୍ୟତଃ ପାଣ୍ଠି ସଂଗ୍ରହ, ସ୍ନାନପୁର୍ଣିମା,ବନକଲାଗି,ମହାପ୍ରସାଦ ପ୍ରସ୍ତୁତି ସମ୍ବନ୍ଧ ରେ ଆଲୋଚନା ହୋଇଥିଲା। ବୈଠକରେ ରଥ ମହୋତ୍ସବ କମିଟି ଉପସଭାପତି ଦିଲ୍ଲୀପ ସାହୁ, କାଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ , ଅର୍ଜୁନ କହଁର,ସୁବାସ ପ୍ରଧାନ, ସ୍ୱପ୍ନେଶ୍ୱର ଯାନି ପ୍ରମୁଖ ଅଂଶଗ୍ରହଣ କରିଥିଲେ।