କଣ୍ଟାମାଳ,ହରଭଙ୍ଗା ଓ ଏନ.ଏ.ସି.ର କିଛି ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

0 2,085

hiring

ବୌଦ୍ଧ,୨୭/୪ – ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ସ୍ଥାନ ସମେତ ବୌଦ୍ଧ ଏନଏସିର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ ସମେତ ବୌଦ୍ଧ ଏନ.ଏ.ସି. ର ବିଭିନ୍ନ ୱାର୍ଡ ର 6 ଟି ସାହିକୁ ଗତ 22 ତାରିଖରେ ମାଇକ୍ରୋ କଣ୍ଟେନମେଣ୍ଟ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ପୂର୍ବରୁ କରିଥିଲେ | ତାହାର ଅବଧି 28 ତାରିଖରେ ସରିବାକୁ ଥିବା ବେଳେ ଆଜି ପୁଣି ସେହି ପୁରୁଣା କିଛି ଅଂଚଳ ସହ ନୂଆ କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହରାଞ୍ଚଳର ବୁଟୁପାଲି, ନୂଆସାହି, ବାବୁସାହି, ବଗିଚା ସାହି, ଖଲିଆ ବଗିଚା, ରାଜନପାଲି, ସୁଦ ସାହି ଅଂଚଳର କିଛି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରା ଯାଇଥିବା ଜଣାପଡିଛି l ସେହିପରି ହରଭଙ୍ଗା ବ୍ଲକର ହରଭଙ୍ଗା, କଣ୍ଟାମାଳ ବ୍ଲକ ବିଳାସପୁର୍, ଖଲିଆ ପାଲି ଓ ଲମ୍ବସରୀ ଗ୍ରାମର କରୋନା ପ୍ରଭାବିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି | ଆଜି ଠାରୁ ଆସନ୍ତା ମଇ ୪ ତାରିଖ ପର୍ଯ୍ୟନ୍ତ ଏ ସବୁ ଅଂଚଳରେ କଟକଣା ବଳବତ୍ତର ରହିବ | ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଓ ଜୋନ ମଧ୍ୟସ୍ଥ ଲୋକଙ୍କ ବାହାରକୁ ବାହାରିବା ଉପରେ ପ୍ରଶାସନ କଟକଣା ଜାରୀ କରିଛି |

hiranchal ad1
Leave A Reply

Your email address will not be published.

one + nine =