ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ଗୁରୁତର

0 1,448

hiring

ବୌଦ୍ଧ,୬/୩ – ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆମ୍ବଝରୀ ଗ୍ରାମ ପଞ୍ଚାୟତର ନେନ୍ଦନ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାନ୍ହରେ ବୌଦ୍ଧ ବ୍ଲକ୍ ଟିକରପଡ଼ା ଗ୍ରାମ ପଞ୍ଚାୟତ ଫୁରୁଡା ଗ୍ରାମର ସୁଜିତ ନାଏକ (25) କୌଣସି ଘରୋଇ କାର୍ଯ୍ୟରେ ଆମ୍ବଝରୀ ଗ୍ରାମକୁ ଯାଇ ବାଇକ ଓଡ଼ି 27 ସି 0204 ଯୋଗେ ଅପରାନ୍ହ ରେ ଘରକୁ ଫେରୁଥିଲେ l ଫେରିବା ବାଟରେ ନେନ୍ଦନ ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ | ସେ ରାସ୍ତା ଦେଇ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର୍ ବାଘ ଓ ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପ୍ରଧାନ ଆସୁଥିବା ବେଳେ ଆହତଙ୍କୁ ଉଦ୍ଧାର କରି ବଘିଆପଡା ଫାଣ୍ଡିକୁ ଦୁର୍ଘଟଣା ସମ୍ପର୍କରେ ଖବର୍ ଦେଇଥିଲେ l ବଘିଆପଡା ଫାଣ୍ଡି ପୋଲିସ ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲା l ଗୁରୁତର ଆହତ ସୁଜିତ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

eleven − 10 =