କରୋନା ସଙ୍କଟ ସମୟରେ ବି ଏମ୍‌ସିଏଲ୍‌ ୯୨ ର୍ୟାକ୍‌ ୫ ଲକ୍ଷ ୧୭ ହଜାର ୪୪୮ ଟନ୍‌ କୋଇଲା ଡେସପାସ୍‌ ରେକଡର଼୍

0 69

ସମ୍ବଲପୁର: କୋଲ ଇଣ୍ଡିଆର ଅଗ୍ରଣୀ ଅନୁଷଙ୍ଗୀ କମ୍ପାନୀ ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ ଗତ ୨୮ ତାରିଖ ଗୋଟିଏ ଦିନରେ ସର୍ବାଧିକ ୫ ଲକ୍ଷ ୧୭ ହଜାର ୪୪୮ ଟନ୍‌ କୋଇଲ।। ଡେସ୍‌ପାଚ୍‌ କରି ନୂତନ ରେକଡର଼୍ ସୃଷ୍ଟି କରିଛି । ଏମ୍‌ସିଏଲ୍‌ ଗୋଟିଏ ଦିନ ଅର୍ଥାତ୍‌ ୨୮/୭/୨୦ ତାରିଖରେ ୯୨ ର୍ୟାକ୍‌, ଯାହାକି ଇବ୍‌ ଭ୍ୟାଲିର ୪୨ ର୍ୟାକ୍‌ ଏବଂ ତାଳଚେର ୫୦ ର୍ୟାକ୍‌ କୋଇଲା ଡେସପାଚ୍‌ କରି କମ୍ପାନୀର ଇତିହାସରେ ଏକ ନୂତନ ରେକଡର଼୍ ସୃଷ୍ଟି କରିଛି । କମ୍ପାନୀର ବିଭିନ୍ନ କ୍ଷେତ୍ରରୁ ଗୋଟିଏ ଦିନର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରେକଡର଼୍ ଯଥା- ଲଖନପୁର କ୍ଷେତ୍ରରୁ ଗୋଟିଏ ଦିନରେ ସର୍ବାଧିକ ୨୨ ର୍ୟାକ୍‌ ଡେସପାଚ୍‌, ଓପିଜିସିକୁ ଗୋଟିଏ ଦିନରେ ଗୋଟିଏ ପ୍ଲାଟଫର୍ମରୁ ୩୧ ହଜାର ୧୦୬ ଟନ୍‌ କୋଇଲା ଡେସପାଚ୍‌, ବସୁନ୍ଧରା କ୍ଷେତ୍ରରୁ ଗୋଟିଏ ଦିନରେ ସର୍ବାଧେିକ ୧ ଲକ୍ଷ ୭୯୬ ଟନ୍‌ କୋଇଲା ଡେସପାଚ୍‌ ହୋଇଥିବା ବେଳେ ତାଳଚେରର ହିଙ୍ଗୁଳା ଏରିଆରୁ ଗୋଟିଏ ଦିନରେ ସର୍ବାଧିକ ୧୧ ର୍ୟାକ୍‌ କୋଇଲା ଡେସପାଚ୍‌ କରିପାରିଛି । ଏହି ପରିପ୍ରେକ୍ଷୀରେ ଏମ୍‌ସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବିଏନ୍‌ ଶୁକ୍ଳା କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏହି ନୂତନ ରେକଡର଼୍ ପାଇଁ ଏମ୍‌ସିଏଲ୍‌ର ସମସ୍ତ ଟିମ୍‌ ଲିଡର ଏବଂ ସେମାନଙ୍କ ଟିମ୍‌କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =