ବଲାଙ୍ଗୀରକୁ ୪ଦିନିଆ ସଟଡ଼ାଉନ କଲେ ଜିଲ୍ଲାପାଳ

0 92

ବଲାଙ୍ଗୀର: ଗତ ତିନିଦିନରେ ୬୮ଜଣ କରୋନା ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଣାପଡ଼ିବା ପରେ ଆଜି ୬ଜଣ ପଜିଟିଭ ବୋଲି ସୂଚନା ଦିଆଯାଇଛି । ଆଜି ମୋଟ ୪୦୬ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୨୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨୦ଜଣ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ସହର ଓ ଜିଲ୍ଲାରେ ବଢ଼ୁଥିବା ସ୍ଥାନୀୟ ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ଆସନ୍ତା ୩୧ତାରିଖରୁ ଅଗଷ୍ଟ ୩ପର୍ଯ୍ୟନ୍ତ ୪ଦିନିଆ ସଟ ଡ଼ାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅରିନ୍ଦମ୍‌ ଡ଼ାକୁଆ । ଆଜି ଚିହ୍ନଟଙ୍କ ମଧ୍ୟରେ ବଲାଙ୍ଗୀର ମ୍ୟୁନସିପାଲଟି ଅନ୍ତର୍ଗତ ରାଧାରାଣୀ ପଡ଼ା, ବ୍ରାହ୍ମଣପଡ଼ା, ପେଲେସଲାଇନ ଓ ବଲାଙ୍ଗୀର ବ୍ଳକ କୁଡ଼ାସିଂହାରୁ ଜଣେ ଲେଖାଏଁ ଅଛନ୍ତି । ଅନ୍ୟ ଦୁଇଜଣ ଲୋଇସିଂହା ବ୍ଳକ ଅନ୍ତର୍ଗତ ଲୋଇସିଂହା ଓ ଝାରମୁଣ୍ଡା ଅଂଚଳର ବାସିନ୍ଦା ଅଟନ୍ତି । ୪ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମଧ୍ୟରୁ ବ୍ରାହ୍ମଣପଡ଼ାର ମହିଳା ଜଣକ ପୂର୍ବ ଚିହ୍ନିତ ଜଣେ ରୋଗୀ ସଂପର୍କରେ ସିଧାସଳଖ ଆସିଥିବା ବେଳେ ଅନ୍ୟ ସବୁ ଲୋକାଲ କଣ୍ଟାକ୍ଟ । ଏକ ଭିଡ଼ିଓ ବାର୍ତ୍ତାରେ ଜିଲ୍ଲାପାଳ ସମସ୍ତଙ୍କୁ ସଟଡ଼ାଉନ୍‌ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଥିବା ବେଳେ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେହପରି ଲକ୍ଷଣ ନ ଥିବା ପଜିଟିଭ ଚିହ୍ନଟ ଆନୁସଙ୍ଗିକ ସୁବିଧା ସୁଯୋଗ ଥିଲେ ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ଘରେ ନିଃସଙ୍ଗ ରହିପାରିବା ସରକାରଙ୍କ ନୀତିଗତ ନିଷ୍ପତ୍ତି ବିଷୟରେ ସୂଚାଇଛନ୍ତି ।

hiranchal ad1
Leave A Reply

Your email address will not be published.

16 + 8 =