ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ସଂକଳ୍ପ

0 97


ଫୁଲବାଣୀ,୧୩/୧୧: ଦେଶରେ ଦୃତ ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ ବିକାଶ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବେଳେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ କନ୍ଧମାଳ ପକ୍ଷରୁ ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୀପଦାନ କରି ସଂଙ୍କଳ୍ପ ଦିବସ ପାଳନ କରାଯାଇଛି।ଦେଶର ପ୍ରଥମ ଜନଗଣନା ୧୯୫୧ ଅନୁସାରେ ଜନସଂଖ୍ୟା ୩୬ କୋଟି ଥିବା ବେଳେ ବର୍ତ୍ତମାନ ତାହା ପ୍ରାୟ ୧୩୨ କୋଟିରେ ପହଞ୍ଚିଛି। ଏହି ହାରରେ ଜନ ସଂଖ୍ୟା ବୃଦ୍ଧି ହେଲେ ଆଗାମୀ ୨୦୫୦ମସିହା ବେଳକୁ ଚୀନ ଠାରୁ ଭାରତର ଲୋକସଂଖ୍ୟା ଅଧିକ ହେବ।ଯାହା ଫଳରେ ଭିତ୍ତିଭୂମି ର ଘୋର ଅଭାବ ଦେଖାଦେବ।ଚାଷଜମି ନିଅଣ୍ଟ ହେବ,ଖାଦ୍ୟ ଉତ୍ପାଦନ ଲୋକଙ୍କ ପାଇଁ ଯଥେଷ୍ଟ ହେବ ନାହିଁ,ବେରୋଜଗାରି ବୃଦ୍ଧି ପାଇବ,ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ଅଧୋପତନ ଘଟିବ।ଚୋରି ଡକାୟତି ବିଶୃଙ୍ଖଳା ବୃଦ୍ଧି ପାଇବ।ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ କରିବା ସରକାରଙ୍କ ପକ୍ଷେ କଷ୍ଟକର ହେବ।ତେଣୁ ଆମର ଯେଉଁ ସ୍ଲୋଗାନ ଥିଲା ଆମେ ଦୁଇ ଆମର ଦୁଇ ବା ଆମର ଏକ ସନ୍ତାନ ,ତାକୁ ତୁରନ୍ତ ଆଇନରେ ପରିଣତ କରିବା ଆବଶ୍ୟକ।ଯାହାଫଳରେ ଭାରତ ବର୍ଷର ଆଗାମୀ ପଢିର ସମସ୍ତ ପରିବାର ପାଇଁ ଲାଗୁହେବ।ଯେଉଁ ମାନେ ଖିଲାପ କରିବେ ସେମାନଙ୍କ ପାଇଁ କଠୋର ଦଣ୍ଡ ବିଧାନ ର ବ୍ୟବସ୍ଥା ହେବ।ଏପରିକି ବହୁ ସନ୍ତାନ ବିଶିଷ୍ଟ ପରିବାର ବିଭିନ୍ନ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ ହେବେ।ତେଣୁ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଶକ୍ତ ଆଇନ ଆଣିବା ର ଆବଶ୍ୟକତା ରହିଛି।ଯାହା ଫଳରେ ଜନସଂଖ୍ୟା ନିୟନ୍ତ୍ରଣ ହୋଇ ଏକ ଆତ୍ମନିର୍ଭରଶୀଳ ବିକଶିତ ଭାରତ ଗଠନ ସମ୍ଭବ ହୋଇ ପାରିବ।ଏହି ସଂକଳ୍ପ କାର୍ଯ୍ୟକ୍ରମ ରେ ପ୍ରିୟନାଥ ଶର୍ମା, ପ୍ରଶନ୍ନ ସାହାଣୀ ମନୋଜ ଚୌଧୁରୀ, ଉମେଶ ପାତ୍ର,ପ୍ରଶାନ୍ତ ପ୍ରଧାନ।ପ୍ରମୋଦ ପଟ୍ଟନାୟକ ସଚି ପଟନାୟକ, ଗୌରହରି ସାହୁ ପରେଶ ମହାପାତ୍ର, ଭାଗିରାମ ଦିଗାଲ ,ଗୋଲେକ କହଁର, ରବିନ ସାମନ୍ତରାୟଙ୍କ ସହ ଅଶୋକ ପରିଡା ଅଂଶଗ୍ରହଣ କରିଥିଲେ।

hiranchal ad1
Leave A Reply

Your email address will not be published.

2 × 3 =