ଜହ୍ନାପଙ୍କ,୨୭/୧;ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଅଞ୍ଚଳରେ ୭୨ ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣାରେ ପାଳିତ ହୋଇଯାଇଛି। କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନତ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ସହକାରୀ ଶିକ୍ଷକ ନନ୍ଦୀ କିଶୋର ପ୍ରଧାନ, ଶବର ସେଠୀ, ବିକାଶ ଦୀପ,ଚନ୍ଦ୍ର ଶେଖର ହାତୀ,ଶର୍ମା କୁମ୍ଭାର,ମନ୍ମଥ ତରିଆ, ସୁବୋଧ ସାହୁ,ଶିକ୍ଷୟତ୍ରୀ ରିତାଞ୍ଜଳି ପ୍ରଧାନ, ସ୍କୁଲ ପରିଚାଳନା କମିଟିର ସଭାପତି ସୁମନ୍ତ ନାଏକ ଓ ସମସ୍ତ ସଭ୍ୟ ସଭ୍ୟ। ଉପସ୍ଥିତ ଥିଲେ।ଚଣ୍ଡିଗଡ଼ ପିୟୁପିଏସରେ ମଧ୍ୟ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ରଶ୍ମି ରଂଜନ ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ସହକାରୀ ଶିକ୍ଷକ ଗୋପାଳ ଅମାତ,ବବୃବାହନ ସାହୁ,ସୁପ୍ରିୟା ଡ।ଙ୍ଗ,ସଂଯୁକ୍ତା ଗାଇଗୌରୀଆ,ଅଙ୍ଗନବାଡ଼ି କର୍ମୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସେହିପରି ଖୁଣ୍ଟବନ୍ଧ ପଂଚାୟତ କାର୍ଯ୍ୟାଳୟ ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ସରପଞ୍ଚ ମିତ୍ରଭାନୁ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ପି ଇ ଓ ସୁଦାମ ପ୍ରଧାନ, ସୁରମଣି ମିଶ୍ର, ଅନନ୍ତ ପ୍ରଧାନ, ଦୟା ଜାଲ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post