ଅସମ୍ପୂର୍ଣ୍ଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାନବାହାନ ଚଳାଚଳ

0 1,756

hiring

ବୌଦ୍ଧ/ ବାଉଁଶୁଣୀ,୧୬/୨- ଗତ 9 ତାରିଖ ବିଳମ୍ବିତ ରାତିରେ 57ନଂ ଜାତୀୟ ରାଜପଥର ଗୁଦୁଗୁଦା ନାଳ ଉପରେ ଥିବା ବ୍ରିଜ ବାଡାରେ ଭାରସlମ୍ୟ ହରାଇ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଏ ମଧ୍ୟରେ ପ୍ରାୟ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ପୋଲ ଉପରୁ ଦୁର୍ଘଟଣାଗ୍ରସ୍ତ କାରକୁ ବାହାର କରାଯାଇନାହିଁ l ଫଳରେ ସେ ପୋଲ ଉପରେ ଯାନବାହାନ ଚଳାଚଳ କରି ପାରୁନାହିଁ | ନୂତନ ଭାବରେ ନିର୍ମିତ ପୋଲ ର ସଂଯୋଗ ରାସ୍ତା ଅଧାପଂତରିଆ ଅବସ୍ଥାରେ ଥିବା ବେଳେ ଯାନବାହାନ ଗୁଡିକ ତା ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାଉଥିବା ଦେଖିବାକୁ ମିଳୁଛି l ନୂତନ ସଂଯୋଗ ରାସ୍ତାର ମଝିରେ ଗୋଟିଏ ଲୁହା ବିଦ୍ୟୁତ୍ ଖମ୍ବ ଥିବାରୁ କେତେବେଳେ କୌଣସି ଦୁର୍ଘଟଣା ନ ଘଟିବ ଏ କଥା କହି ହେବନାହିଁ l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ 9 ତାରିଖ ବିଳମ୍ବିତ ରାତିରେ ବଲାଙ୍ଗୀରରୁ ବୌଦ୍ଧ ଆଡକୁ ଆସୁଥିବା ଗୋଟିଏ ସୁଇପ୍ଟ ଡିଜାୟର୍ କାର୍ ଓ ଆର 03 5775 ଗୁଦୁଗୁଦା ନାଳ ଉପରେ ଥିବା ଅଣ ଓସାରିଆ ପୋଲ ବାଡାରେ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା l ଜଣେ ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତା ସ୍ଥାନୀୟ ବାଉଁଶୁଣୀ ଦମକଳ ବାହିନି ଆସି ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା l ସେହି ଦିନ ଠାରୁ ଦୁର୍ଘଟଣା ଗ୍ରସ୍ତ କାର୍ ସେମିତି ପୋଲ ଉପରେ ରାସ୍ତା ଅବରୋଧ କରି ପଡି ରହିଛି | ଅପର ପକ୍ଷରେ ରାସ୍ତା କାମ ଅଧାପଂତରିଆ ହୋଇଥିବା ସତ୍ବେ ଆଠ ଦିନ ହେଲା ବିପଦପୂର୍ଣ୍ଣ ଅବସ୍ଥାରେ ଯାନବାହାନ ଯାତାୟାତ କରୁଛି | ଜାତୀୟ ରାଜପଥ ନମ୍ବର 57ର କର୍ତୃପକ୍ଷ ଏ ଦିଗରେ ଆଖି ବୁଜି ଦେଇଥିବା ହେତୁ କେତେବେଳେ କିଛି ଦୁର୍ଘଟଣା ହେଲେ କିଏ ଦାୟୀ ରହିବେ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି |

hiranchal ad1
Leave A Reply

Your email address will not be published.

nineteen − ten =