କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

0 87

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ମିଳିଥିବା ଗ୍ରାଫରୁ ଜଣାପଡିଛି ଯେ, ହଟଚମଟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଏବେ କରୋନା ସଂକ୍ରମଣରେ ସାମାନ୍ୟ ସୁଧାର ଆସିଛି । ଅର୍ଥାତ୍‌ ଗଞ୍ଜାମରେ କରୋନା କ୍ରମଶଃ କମୁଥିବା ବେଳେ ପଡୋଶୀ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ୱର ସ୍ଥିତି ବିଗିଡିବାରେ ଲାଗିଛି । ଜୁଲାଇ ୨୩ ତାରିଖରୁ ଗଞ୍ଜାମରୁ ୫୪୦, ଖୋର୍ଦ୍ଧାରୁ ୧୩୭, ୨୪ ତାରିଖରେ ଗଞ୍ଜାମରୁ ୭୩୨, ଖୋର୍ଦ୍ଧାରୁ ୩୨୦, ୨୫ ତାରିଖରେ ଗଞ୍ଜାମରୁ ୫୬୦, ଖୋର୍ଦ୍ଧା ୧୭୪, ୨୬ ତାରିଖରେ ଗଞ୍ଜାମ ୪୮୪, ଖୋର୍ଦ୍ଧାରୁ ୧୮୭, ୨୭ ତାରିଖରେ ଗଞ୍ଜାମରୁ ୪୯୧, ଖୋର୍ଦ୍ଧା ୨୨୩, ୨୮ ତାରିଖରେ ଗଞ୍ଜାମ ୩୩୨, ଖୋର୍ଦ୍ଧା ୩୧୨, ୨୯ ତାରିଖରେ ଗଞ୍ଜାମରୁ ୨୪୫, ଖୋର୍ଦ୍ଧାରୁ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗଞ୍ଜାମରେ ୨୫୦ ଓ ଖୋର୍ଦ୍ଧା ଜିଲ୍ଲାରୁ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଭିତରେ ବିଶେଷକରି ଭୁବନେଶ୍ୱରରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମଠାରୁ ତୁଳନାତ୍ମକ ବୃଦ୍ଧି ପାଇଥିବାରୁ ଚିନ୍ତା ସୃଷ୍ଟି କରିଛି । ଏହାକୁ ନେଇ ବିଏମ୍‌ସି ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ ପାଇଁ ଯୋଜନା କରାଯାଇଛି ।

hiranchal ad1
Leave A Reply

Your email address will not be published.

one × 4 =