ଚଣ୍ଡିଖୋଲରେ ଦୁଇ ଦିବ୍ୟାଙ୍ଗକୁ ମାକ୍ସ ପ୍ରଦାନ କଲେ ଯାଜପୁର ଏସ୍ପି

0 114

ଚଣ୍ଡିଖୋଲ : ଲକଡାଉନର ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଗ୍ରସ୍ତକରି ଯାଜପୁର ଏସ.ପି.ଚରଣ ସିଂ ମୀନା ପରିଦର୍ଶନ କରିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ତନଖି କରୁଛନ୍ତି । ରବିବାର ଦିନ ଚଣ୍ଡିଖୋଲ ଛକର ସ୍ଥିତି ପରଖିବାକୁ ହଠାତ ଦିନ ୧୦ଟା ବେଳେ ପହଂଚି ଥିଲେ । ପରିବା ମାର୍କେଟ, ଟ୍ରାଫିକ ପୋଷ୍ଟ, ଲୁହାପଥର ବୋଝେଇ କରିନେଉଥିବା ଗାଡିର ଭିଡ ଓ ନିୟମକୁ ଉଲଘଂନ କରି ବିନା କାରଣରେ ବାଇକ ଧରି ଆସୁଥିବା ଗାଡି ଚାଳକଙ୍କୁ ତାଗିଦ କରିଥିଲେ । ଏହା ପୂର୍ବରୁ ବଡଚଣା ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହକର୍ମୀ ମାନେ ନିୟମ ଉଲଘଂନ କରି ବାଇକ ନେଇ ଆସୁଥିବା ପ୍ରାୟ ୪୦ରୁ ଉର୍ଦ୍ଧ ଗାଡିକୁ ଅଟକ ରଖିଥିଲେ । ପରିବା ମାର୍କେଟ କଡାରେ ଥିବା ଜାତୀୟ ରାଜପଥର ପାଶ୍ୱର୍ବତୀ ରାସ୍ତାକୁ ବାଉଁଶ ବାନ୍ଧି ଅଟକ ରଖିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ରାସ୍ତାରୁ ବାଉଁଶ ଗୁଡିକ ହଟାଇବା ପାଇଁ ଥାନା ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ବାହାର କରିଥିଲେ । ଏସ.ପି. ଛକର ବିଭିନ୍ନଅଂଚଳ ଚାଲିଚାଲି ବୁଲୁଥିଲା ସମୟରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମାକ୍ସ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଆଜିର ଏହି ତନଖି ସମୟରେ ବିନା କାରଣରେ ନିୟମ ଉଲଂଘନ କରି ବାଇକ ନେଇ ଆସୁଥିବା ଲୋକମାନେ ନାହିଁ ନଥିବା ଅୁସବିଧା ଭୋଗ କରୁଥିଲେ । ଏହି ଯାଂଚ ସମୟରେ ବଡଚଣା ଥାନା କର୍ମଚାରୀ ଓ ଚଣ୍ଡିଖୋଲ ଫାଣ୍ଡି ଅôଦକାରୀ ସୁଶୀଳ ନାୟକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଏହି ଯାଂଚ କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଥିଲା । ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଓ କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ନିତି ନିୟମ ପ୍ରଣୟନ କରିଥିଲେ ବି କେତେକ ବ୍ୟକ୍ତି ଏହାକୁ ଖୋଲା ଉଲଂଘନ କରୁଥିବାରୁ ସମୋନେ ଏହିଭଳି ଦଣ୍ଡିତ ହେଉଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

3 × 5 =