ଜୁଲାଇ ୨୪ରୁ ଯୁକ୍ତତିନି ଫାଇନାଲ ସେମିଷ୍ଟାର ପରୀକ୍ଷା

0 104

ଭୁବନେଶ୍ୱର : ବିଶ୍ୱ କରୋନା ମହାମାରୀ ପାଇଁ ହଲଚଲ ହୋଇଯାଇଥିବା ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ଏହି କ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ସମସ୍ତ ଦ୍ୱନ୍ଦ୍ୱ ଦୂର କରି ଛାତ୍ରଛାତ୍ରୀମାନଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି । ମନ୍ତ୍ରୀ ଡକ୍ଟର ସାହୁ କହିଛନ୍ତି ଯେ, ଆସନ୍ତା ଜୁଲାଇ ୨୪ରୁ ଯୁକ୍ତତିନି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ । ସେହିଭଳି ଅଗଷ୍ଟ ୨୦ରୁ ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ । ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହିତ ଡକ୍ଟର ସାହୁ ଆଲୋଚନା କରିଥିଲେ । ଲୋକସେବା ଭବନରେ ଆୟୋଜିତ ଏହି ଭିଡିଓ କନଫରେନ୍ସିଂରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକରୁ ଜଣାପଡିଛି ଯେ, ଆସନ୍ତା କାଲିଠୁ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ କାର୍ଯ୍ୟାଳୟ କାର୍ଯ୍ୟ କରିବ । ଏକ ତୃତୀୟାଂଶ କର୍ମଚାରୀରେ ଅଫିସ ଚଳାଇ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ । ପ୍ରତି ୧୫ ଦିନରେ ଥରେ କୁଳପତିଙ୍କ ସହ ଏ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରାଯିବ । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ । ନଭେମ୍ବରରୁ ସବୁ ପିଜି କ୍ଲାସ ଆରମ୍ଭ ହେବ । ଏଥି ସହିତ ଅନଲାଇନ ପ୍ରୋଗ୍ରାମ ପାଇଁ ମଧ୍ୟ ବୈଠକରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

hiranchal ad1
Leave A Reply

Your email address will not be published.

eight − 6 =