ଭୁବନେଶ୍ୱର : ମାତ୍ର ୨ ସପ୍ତାହ ପୂର୍ବରୁ କରୋନା ସଂକ୍ରମଣରେ ଆମ ରାଜ୍ୟରେ ନିୟନ୍ତ୍ରିତ ଥିବାବେଳେ ଏବେ ବେଲଗାମ ଗତିରେ ମାଡି ଯାଉଛି ଯାହା ମହାରାଷ୍ଟ୍ର ରେକର୍ଡ ଭାଙ୍ଗିବା ଆଶଙ୍କା ସୃଷ୍ଟି କଲାଣି । ଗୋଟିଏ ପରେ ଗୋଟିଏ ଜିଲ୍ଲା ଡେଇଁ କରୋନା ଏବେ ଅଧା ଓଡିଶାରେ ପହଞ୍ଚି ଗଲାଣି । ଆଜି ସକାଳୁ ଗଞ୍ଜାମରେ ୧୭ ଓ ମୟୁରଭଞ୍ଜରେ ୩ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି । ଏମାନ ସମସ୍ତେ ସୁରତ ଫେରନ୍ତା । ମୟୁରଭଞ୍ଜରୁ ଚିହ୍ନଟ ୩ଜଣ ପୁରୁଷ କପ୍ତିପଦା ବ୍ଲକର ଏବଂ ଗଞ୍ଜାମର ୧୭ଜଣଙ୍କ ମଧ୍ୟରୁ ୧୬ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ଏମାନଙ୍କର ବୟସ ଯଥାକ୍ରମେ ୨୭, ୨୭, ୩୮, ୨୩, ୨୦, ୨୯, ୫୦୩୦,୨୯,୨୧,୪୨, ୪୩, ୩୯, ୪୬, ୧୮, ୨୪ ଓ ୨୦ ବର୍ଷ । ଏମାନଙ୍କ ଗସ୍ତ ସୂଚୀ ଓ ସଂପର୍କରେ ଅନୁଧ୍ୟାନ ଆରମ୍ଭ ହେବା ସହ କୋଭିଡ ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରାଯାଉଛି ।