ଏବେ ବି ବଞ୍ଚି ରହିଛି ତାଳ ପତ୍ର ତଲାରୀର ଚାହିଦା

0 132

ପାରଳାଖେମୁଣ୍ଡି: ବର୍ତ୍ତମାନ ଶ୍ରାବଣ ମାସରେ ଧାରା ଶ୍ରାବଣ ଝିପିଝିପି ବର୍ଷାରେ ଚାଷୀଟିଏ ନିଜ କ୍ଷେତରେ ଧାନ ଲଗାଇବା ସକାଶେ ଚାଷକାର୍ଯ୍ୟ ଆରମ୍ଭ କରିଛି । ଝିପି ଝିପି ବର୍ଷା ସକାଶେ ମୁଣ୍ଡରେ ତଲାରୀ ବାନ୍ଧି ଚାଷଗୀତ ଗାଇ ନିଜର କ୍ଷେତ ଚାଷ କରିଥାଏ ।କେତେବେଳେ ମୌସୁମୀର ଲୁଚକାଳି ଖେଳରେ ଟାଣ ଖରାହୁଏତ କେତେବେଳେ ଝିପି ଝିପି ବର୍ଷାରେ ଭିଜାଇ ଦିଏ ଏହି ସମୟରେ ଚାଷୀର ସାହା ଭରସା ତାହାର ତଲାରୀ ଉପରେ ନିର୍ଭର କରିଥାଏ । ସେହିଭଳି ଧାନ କ୍ଷେତରେ ଧାନ ଲଗାଇଲା ବେଳେ ମୁଣ୍ଡରେ ତାଳପତ୍ରର ତଲାରୀ ବାନ୍ଧି ଧାନଲଗାଇ ଥାନ୍ତି । ସେହିପରି ଜମିରେ କାମ କରୁଥିବା ଶ୍ରମିକଟିଏ ମୁଣ୍ଡରେ ତାଳପତ୍ରର ତଲାରୀଟିଏ ବାନ୍ଧି କାମ କରିଥାଏ ।ଯେତେ ଆଧୁନିକତାରେ ହଜୁଥିବା ମଣିଷଟି ଛତା, ରେନିକୋଟ, ତାରପଲ ଜରି ବ୍ୟବହାର କରିଲେ ସୁଦ୍ଧା ତାଳପତ୍ର ତଲାରୀର ଚାହିଦା ରହିଛି । ପୁରପଲ୍ଲୀରେ ଲୋକେ ଆଜି ମଧ୍ୟ ତାଳପତ୍ରର ତଲାରୀ ବହୁଳ ବ୍ୟବହାର କରୁଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =