ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ଲୋଇସଂହା ବିଜେପି ଶାଖା ପକ୍ଷରୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ପାର୍ଟି ଅଧକ୍ଷ ଅମିତ ଶାହ ଓ ଦେଶରେ କରୋନା ଭୁତାଣୁ ଶିକାର ହୋଇଥିବା ସମସ୍ତ ଭାରତୀୟଙ୍କ ଆରୋଗ୍ୟ କାମନା କରି ଯୋଗୀସରଡା ସ୍ଥିତ ଯୋଗେଶ୍ୱର ମନ୍ଦିର ଠାରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ପୂଜାପାଠ କରାଯାଇଛି । ଏଠାରେ ସୂଚାଇ ଦିଆଯାଏ ଯେ, ଯୋଗୀସରଡା ସ୍ଥିତ ଯୋଗେଶ୍ୱର ମନ୍ଦିର ଜିଲ୍ଲାର ଅନ୍ୟତମ ପୂରାତନ ଶୈବପୀଠ ମଧ୍ୟରୁ ଅନ୍ୟତମ । ୩୭୦ଧାରା ଉଚ୍ଛେଦ, ଦିଲ୍ଲୀ ଦଙ୍ଗା ହେଉ କି ଦଳୀୟ ସଙ୍ଗଠନକୁ ମଜଭୁତ କରିବା ସହ ଅନେକ ପ୍ରସଙ୍ଗରେ ମୋଦି-ଶାହ ଯୋଡି ଦେଶ ପାଇଁ ଗର୍ବ ଗୌରବ । କରୋନା ସଂକ୍ରମଣ ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବା ବେଳେ ଶାହଙ୍କ ରଣକୌଶଳ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । ଏଭଳି ମହାମାରୀ ବିପତ୍ତି ସମୟରେ ତାଙ୍କ ଆବଶ୍ୟକତା ଅଛି । ତେଣୁ ଶାହଙ୍କ ସମେତ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାପାଠ କରାଯାଇଥିବା ଗୌରାଙ୍ଗ ନାଏକ ପ୍ରକାଶ କରିଛନ୍ତି ।