କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ମହାରଥୀ ଡାକ୍ତର ସ୍ନେହାଶିଷ ଗିରି

0 757

ଫୁଲବାଣୀ : କରୋନା ଯୁଦ୍ଧରେ ହାରିଗଲେ ଆଉଜଣେ ମହାରଥୀ ।କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ଆଯୁଷ ଡାକ୍ତର ସ୍ନେହାଶିଷ ଗିରି । କରୋନା ଯୋଦ୍ଧା ସ୍ନେହା ଶିଷଙ୍କ ଆଜି କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତଳେ ସେ କରେନାରେ ଆକ୍ରାନ୍ତ ହେବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ଆଜି ଅପରାହ୍ନରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି । ଡାକ୍ତର ଗିରି ଗତ ୨୦୧୪ ମସିହାରୁ କନ୍ଧମାଳ ଜିଲାରେ ଆଯୁଷ ଡାକ୍ତର ଭାବେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଆସୁଥିଲେ ଖଜୁରୀପଡ଼ାର ଆରୋଗ୍ୟ ଟିମ ଦାୟୀତ୍ୱରେ ରହି ଗ୍ରାମକୁ ଗ୍ରାମ ବୁଲି ଲୋକଙ୍କୁ ଘର ମୁହଁରେ ଚିକିତ୍ସା ସେବା ଯୋଗାଉଥିଲେ । ସେଜଣେ ଶାନ୍ତ ସରଳ, ନିଷ୍କପଟ ଅମାୟୀକ ସ୍ୱଭାବର ବ୍ୟକ୍ତି ଥିଲେ । ଘର ସୁଦୂର ମୟୂରଭଞ୍ଜ ଜିଲ୍ଲା ହୋଇଥିଲେ ମଧ୍ୟ ସେ କନ୍ଧମାଳରେ ରହି କାର୍ଯ୍ୟ କରୁଥିଲେ ।
ତାଙ୍କର ଅକାଳ ମୃତ୍ୟୁରେ ଜିଲ୍ଲାରେ ଡାକ୍ତର ସ୍ୱାସ୍ଥ୍ୟକର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁରେ କନ୍ଧମାଳ ଜିଲ୍ଲାପାଳ ଡା .ବୁନ୍ଦା ଡ଼ି, ସିଡିଏମଓ ଡା .ରାଜଶ୍ରୀ ପଟ୍ଟନାୟକ, ଏନ୍‌ଏଚଏମ ଜିଲ୍ଲା ସଂଯୋଜକ, କୋଭିଡ଼ ସଂଯୋଜକ ଆଶିଷ ମହାନ୍ତି, ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ବିଡିଓ , ଖଜୁରିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଖଜୁରିପଡା ଅଞ୍ଚଳରେ ସେ ଘରେ ଘରେ ରୋଗୀଙ୍କ ପାଇଁ ଦେବତା ଥିଲେ ବୋଲି ଗ୍ରାମବାସୀ ଶୋକ ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × four =