ସୁବର୍ଣ୍ଣପୁର : ଉଦବେଗଜନକ ସ୍ଥିତିରେ ସ୍ଥାନୀୟ ସଂକ୍ରମଣ, ଦ୍ୱିଶତକ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

0 263

ସୋନପୁର: କରୋନା ନିୟନ୍ତ୍ରଣରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଶେଷ କରି ସ୍ଥାନୀୟ ସଂକ୍ରମଣ ଯେଭଳି ଭାବେ କାୟା ବିସ୍ତାର କରୁଛି ତାହା ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୨୯ ଥିବାବେଳେ ଦ୍ୱିତୀୟ ସପ୍ତାହ ଆରମ୍ଭରୁ ଏହି ସଂଖ୍ୟା ବଢ଼ି ଆଜି ସୁଦ୍ଧା ୨୩୭ ରେ ପହଞ୍ଚିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ମାତ୍ର ୩ ଦିନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରେ ୧୦୨ ବୃଦ୍ଧି ହେଇଥିବା ଯୋଗୁଁ ଓ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ବୀରମହାରାଜପୁର ବ୍ଲକ ସୁବଳୟାର ଟିକ୍ରାପଡା ଓ ସୋନପୁର ସଦର ବ୍ଲକର ବଲାଡି ଅଂଚଳରୁ ସର୍ବାଧିକ ୯୦ରୁ ଅଧିକ ଆକ୍ରାନ୍ତ ହେବା ଘଟଣାରେ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତା ବଢ଼ାଇଛି । ତେବେ ଏସବୁ ଅଂଚଳ ର କଣ୍ଟେନମେଣ୍ଟ ଜୋନ୍ କୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇ ଉକ୍ତ ଅଂଚଳରେ ବ୍ୟାପକ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ବହୁତ ଲୋକଙ୍କର ଆଣ୍ଟିଜେନ ପରୀକ୍ଷା ଓ ସ୍ୱାବ୍ ସଂଗ୍ରହ ପ୍ରକ୍ରିୟା ଚାଲିଛି ବୋଲି ଜିଲ୍ଲା କୋଭିଡ୍‌ର ନୋଡାଲ ଅଧିକାରୀ ଡା.ନବକିଶୋର ବେହେରା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three + 14 =