ପୁଣି ଚର୍ଚ୍ଚାରେ ସ୍ବଧାର କେନ୍ଦ୍ର, ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଅଭିଯୋଗ

0 1,064

ବୌଦ୍ଧ,୨୦/୧୦ – ନିର୍ଯ୍ୟାତିତl ମହିଳା ମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ସ୍ବଧାର କେନ୍ଦ୍ରରେ ରଖା ଯାଇଥାଏ l ହେଲେ ସ୍ବଧାର କେନ୍ଦ୍ରରେ ମହିଳା ମାନେ ଯଦି ନିର୍ଯ୍ୟାତନା ଅଭିଯୋଗ ଆଣିବେ ତେବେ କାହାକୁ କହିବା? ଏଭଳି ଅଭିଯୋଗ କରିଛନ୍ତି ବୌଦ୍ଧ ସହର ନିକଟ ନାରାୟଣପୁର ଗ୍ରାମ ନିକଟରେ ଥିବା ସ୍ବଧାର କେନ୍ଦ୍ରରେ ନିଜ 9 ବର୍ଷର ଝିଅ ସହ ରହୁଥିବା ଜଣେ ସ୍ବାମୀ ପରିତ୍ୟକ୍ତl ମହିଳା l କେନ୍ଦ୍ରର ସୁପାରିଟେଣ୍ଡେଣ୍ଟ ନିର୍ମଳା ଜେନା ଓ କାଉନସିଲର ସବିତା ହୋତା ଗତ 27. 9. 2020 ତାରିଖରେ ତାଙ୍କ ଛୋଟ ଝିଅ ଆଗରେ ମୁଥ, ବିଧl, ଗୋଇଠା ମାରି ତଡି ଦେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ | ତଦନ୍ତରେ ଯାଇଥିବା ବୌଦ୍ଧ ପୋଲିସ ଆଗରେ ପୀଡିତl ମହିଳାଙ୍କୁ ପାଗଳୀ ଦର୍ଶାଇ କାର୍ଯ୍ୟାନୁଷ୍ଠାନରୁ ଖସି ଯିବାକୁ ସୁପରିଟେଣ୍ଡେଣ୍ଟ ଓ କାଉନସିଲର ଉଦ୍ୟମ କରିଥିଲେ ଓ ଘଟଣା ସମ୍ପର୍କରେ ପୋଲିସ ଆଗରେ ମୁହଁ ନ ଖୋଲିବାକୁ ଅନ୍ୟ ଅନ୍ତେବାସୀ ମାନଙ୍କୁ ତାଗିଦ କରିଥିଲେ ବୋଲି ପୀଡିତl ମହିଳା ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି | ସେହି ପରିସରରେ ଥିବା ଅନ୍ଧ ମୁକ ଓ ବଧିର ବିଦ୍ୟାଳୟରେ ସେ ପ୍ରାୟ 3 ବର୍ଷ ଧରି ରୋଷେଇ କରି ଥିଲେ ମଧ୍ୟ ସମ୍ପୁର୍ଣ୍ଣ ପାରିଶ୍ରମିକ ପାଇନଥିବା ଅଭିଯୋଗ କରିଛନ୍ତି |
ବିଭିନ୍ନ ସମୟରେ ଉକ୍ତ ଅନୁଷ୍ଠାନରେ ଅନ୍ତେବାସୀ ମାନଙ୍କୁ ହେଉଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ର ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ ପଦକ୍ଷେପ ନ ନେଇ ଚୁପ୍ ବସି ପଡୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରନ୍ତି | ସ୍ବଧାର କେନ୍ଦ୍ରର ଅନେକ କର୍ମଚାରୀ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଓ କେନ୍ଦ୍ର ଚଲାଇବା ପାଇଁଁ ପାରଦର୍ଶିତା ର ଅଭାବ ଯୋଗୁଁ ସବୁବେଳେ ପରିଚାଳନାରେ ବ୍ୟତିକ୍ରମ ଘଟୁଥିଲେ ମଧ୍ୟ ପ୍ରଶାସନ ସେ ସବୁକୁ ଘଣ୍ଟ ଘୋଡାଉଥିବା ଜନସାଧାରଣରେ ଆଲୋଚନା ହେଉଛି l ପିଡିତlଙ୍କ ଅଭିଯୋଗ ଉପରେ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହାକୁ ଜନସାଧାରଣ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

10 − seven =