ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଲ୍ଲାରେ ୫୯୦ ଜଣଙ୍କର ନମୁନା ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ସର୍ବାଧିକ କରୋନା ପଜିଟିଭ ରାଉରକେଲା ସହରରୁ ମିଳୁଛନ୍ତି । ସେହିକ୍ରମରେ ଆଜି ମିଳିଥିବା ୭୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ କେବଳ ରାଉରକେଲାରୁ ୬୭ ଜଣ ଅଛନ୍ତି, ଯାହା ସହରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି । କରୋନା ରାଉରକେଲା ସହର ସହିତ ସେକ୍ଟର ଅଞ୍ଚଳକୁ କବଳିତ କରିଥିବା ବେଳେ ପ୍ରତ୍ୟେକ ଦିନ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ସହରରେ ଲକ୍ଡାଉନ୍ ଚାଲିଥିବା ବେଳେ ଏତେ ସଂଖ୍ୟକ ପଜିଟିଭ ବାହାରୁଥିବା ବେଳେ ଲକଡାଉନ୍ ଅବଧି ସରିଲାପରେ ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ବୁଦ୍ଧିଜିବି ମତ ଦେଉଛନ୍ତି । ଏଣୁ ଲୋକେ ସଚେତନ ନ ହେଲେ ଏବଂ ପ୍ରଶାସନ ଅଧିକ କଠୋର ପଦକ୍ଷେପ ହୋଇ ଏବେ ଠାରୁ ଆବଶ୍ୟକ ପଦକ୍ଷେପ ନନେଲେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।