ଛେଳିବାହାଲ୍ ଗ୍ରାମକୁ ସାନିଟାଇଜ କଲେ ଦମକଳ ବାହିନୀ

0 86

hiring

ବୌଦ୍ଧ/ ବାଉଁଶୁଣୀ,୧୬/୫- ବୌଦ୍ଧ ବ୍ଳକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳିବାହାଲ୍ ଗ୍ରାମରେ ୧୪ ତାରିଖରେ ଗୋଟିଏ ଦିନରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଗକୁ ଗ୍ରାମରେ ଅଧିକ କରୋନା ସଂକ୍ରମଣ ବୃଦ୍ଧି ନ ପାଇବାକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ବାଉଁଶୁଣୀ ଦମକଳ ବାହିନୀ ତରଫରୁ ଆଜି ଗ୍ରାମକୁ ସାନିଟାଇଜ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ କରୋନାର ଦ୍ରୁତ ସଂକ୍ରମଣ ବଢ଼ିଚାଲିଛି । ଲୋକେ ଜିଲ୍ଲା କୋଭିଡ୍ ନିୟମ ମାନୁ ନଥିବାରୁ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଦିନ ବଢି ଚାଲିଛି କରୋନା ସଂକ୍ରମଣ l ଏଭଳି ପରିସ୍ଥିତିରେ ଲୋକଙ୍କୁ ସଜାଗ ହେବାକୁ ପଡିବ ଓ ପ୍ରଶାସନ ଜାରି କରିଥିବା କୋଭିଡ୍ ନିୟମ ଓ କଟକଣାକୁ ମାନି ନଚାଲିଲେ ଆଗାମୀ ଦିନରେ ଜିଲ୍ଲାରେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଆଲୋଚନା ହେଉଛି |

hiranchal ad1
Leave A Reply

Your email address will not be published.

four × two =