ମିଳୁନି ୟୁରିଆସାର,ସାର ପାଇଁ ଚାଷୀ ହନ୍ତସନ୍ତ

0 132


ବୌଦ୍ଧ/ଜହ୍ନାପଙ୍କ,୫/୮ – ଚଳିତବର୍ଷ ବିଳମ୍ବିତ ମୌସୁମୀ ଓ ଆବଶ୍ୟକ ପରିମାଣର କମ ବର୍ଷା ଯୋଗୁଁ ଚାଷକାମ ବିଳମ୍ବରେ ଆରମ୍ଭ ହୋଇଥିଲା। ଲଘୁଚାପ ବର୍ଷା ଯୋଗୁଁ ଯଦିଓ ଚାଷ କାମ ଆରମ୍ଭ ହୋଇଥିଲା କିନ୍ତୁ ୟୁରିଆ ସାରର ଅଭାବ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ ଚାଷୀଙ୍କ ସୁବିଧା ପାଇଁ ସୋସାଇଟି ମାଧ୍ୟମରେ ୟୁରିଆ ଓ ପଟାସ ସାର ଯୋଗାଇ ଦିଆଯାଇଥାଏ।କିନ୍ତୁ ଦୁଇଟି ସୋସାଇଟିର ଦାୟିତ୍ୱରେ ଜଣେ ସମ୍ପାଦକ ଥିବାରୁ ଚାଷୀମାନେ ସାର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।ଏଭଳି ଅଭିଯୋଗ କରିଛନ୍ତି ବଢିଗାଁ ସୋସାଇଟି ଅଧୀନରେ ଥିବା ଚାଷୀମାନେ।ଆଜି କେତେକ ଚାଷୀ ୟୁରିଆ ସାର ପାଇଁ ବଢିଗାଁ ସେବା ସମବାୟ ସମିତିକୁ ଆସିଥିଲେ।କିନ୍ତୁ ସୋସାଇଟିରେ ସମ୍ପାଦକ ନଥିବାରୁ ଏବଂ ସେ ବଘିଅ।ପଡା ଯାଇଥିବା ଚାଷୀମାନେ ଜାଣିବାକୁ ପାଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ସମିତିର କର୍ମଚାରୀ ୨ ଟାରେ ଆସିବେ ବୋଲି କହିବାରୁ ଚାଷୀମାନେ ଶାନ୍ତ ପଡ଼ିଥିଲେ। କିନ୍ତୁ ୩ ଟାରେ ସମ୍ପାଦକ ଫୋନ ନ ଉଠାଇବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଦୁଇ ଦିନ ଧରି ଚାଷୀମାନେ ସାରପାଇଁ ସୋସାଇଟିକୁ ଚାଷକାମ ଛାଡି ଦୌଡ଼ୁଥିବା ଯୋଗୁଁ ନିଜର ଚାଷକାମରେ ବ୍ୟାଘାତ ହେବା ସହିତ ସମୟ ନଷ୍ଟ ହେଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଚାଷୀମାନେ ସୋସାଇଟି ଫାଟକରେ ତାଲା ପକାଇ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

five − 1 =