ଇତିହାସ ରଚିଲା ପାରାଦ୍ୱୀପ ବନ୍ଦର , ପଣ୍ୟ କାରବାରରେ ବୃହତ ବନ୍ଦର ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର

0 79

ପାରାଦ୍ୱୀପ: ସାରା ବିଶ୍ୱରେ କୋଭିଡ୍-୧୯ ପ୍ରଭାବରେ ବ୍ୟବସାୟ, ଯୋଗାଣ ଓ ରପ୍ତାନୀ ଆମଦାନୀ ଇତ୍ୟାଦି କ୍ଷତିଗ୍ରସ୍ତ ହେଉଥିବା ବେଳେ ଏସବୁଥିରେ ଶିଥିଳତା ଦେଖାଯାଉଛି । ତେବେ ଏସବୁ ପ୍ରତିବନ୍ଧକ ସତ୍ୱେ ପଣ୍ୟ କାରବାର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକ ରେ ଦେଶର ବୃହତ ବନ୍ଦର ଗୁଡିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ପ୍ରତିକୂଳ ପରିସ୍ଥିତିରେ ୨୫.୭୩ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ପାରାଦ୍ୱୀପ ବନ୍ଦର ଏହି ବରିଳ କୃତିତ୍ୱ ହାସଲ କରି ଦେଶର ବୃହତ ବନ୍ଦର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଏବଂ ଉପାଧ୍ୟକ୍ଷ ଏ.କେ.ବୋଷ, କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏବଂ ସଚିବ ସଂଜୀବ ରଂଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନ ଯୋଗୁଁ ସମ୍ଭବପର ହୋଇପାରିଥିବା ପ୍ରକାଶ କରିବା ସହ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଏହି ସଫଳତା ପ୍ରତ୍ୟକ୍ଷ ଭାବେ ଜଡିତ ପ୍ରତ୍ୟେକ କର୍ମଚାରୀ, ଶ୍ରମିକ ସଂଘ, ରାଜ୍ୟ ସରକାର, ଜିଲ୍ଲାପ୍ରଶାସନ, ଆମଦାନୀ ରପ୍ତାନୀକାରୀ ସଂସ୍ଥା, ଷ୍ଟିଭେଡୋର୍ସ, ଜାହାଜ ଏଜେଣ୍ଟ, ବନ୍ଦର ବ୍ୟବହାର କାରୀ ଓ ଅନ୍ୟାନ୍ୟ ଷ୍ଟେକ୍ହୋଲଡର୍ସ ମାନଙ୍କୁ ସେମାନଙ୍କୁ ସହଯୋଗ ପାଇଁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି ବନ୍ଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ।

hiranchal ad1
Leave A Reply

Your email address will not be published.

1 × 4 =