ଆମ୍ବଝରୀ ପଂଚାୟତ ମାମଲା, ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ

0 1,295

hiring

ବୌଦ୍ଧ,୨୦/୧୦ – ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଂଚାୟତର ସରପଞ୍ଚ ବିଭିନ୍ନ ଉନ୍ନୟନ କାମରେ ଅନିୟମିତତା କରିବା ସହ ସମିତି ସଭ୍ୟlଙ୍କୁ କରୁଥିବା ଉପେକ୍ଷା ସମ୍ପର୍କରେ ଆମ୍ବଝରୀ ସମିତି ସଭ୍ୟା ମନ୍ଦାକିନୀ କର୍ଣ୍ଣ ଅଭିଯୋଗ କରିଥିଲେ | ଶ୍ରୀମତୀ କର୍ଣ୍ଣଙ୍କ ଅଭିଯୋଗ ପାଇବା ପରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ୍ ଓ ପାନୀୟ ଜଳ ଯୋଗାଣ ବିଭାଗର ଅନୁଶାସନ ସଚିବ ଧନେଶ୍ବର ପାତ୍ର ଜିଲାପାଲଙ୍କୁ ପତ୍ର ଲେଖି ରିପୋର୍ଟ ତଲବ କରିଛନ୍ତି | ବିଭାଗୀୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା 15480 ତା 5. 10. 2020 ଅନୁଯାୟୀ ଅଭିଯୋଗର ତଦନ୍ତ ପାଇଁ ଓ କାର୍ଯ୍ୟାନୁଷ୍ଠାନ ସକାଶେ ସଚିବଙ୍କ ନିକଟକୁ ରିପୋର୍ଟ ପଠାଇବା ପାଇଁଁ ଜିଲାପାଲଙ୍କୁ ପତ୍ର ଲେଖିଥିବା ସମିତି ସଭ୍ୟା ସୂଚନା ଦେଇଛନ୍ତି l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ୍ବଝରୀ ଗ୍ରାମ ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଖସଡ଼ା ପ୍ରସ୍ତୁତି ରେ ସମିତି ସଭ୍ୟlଙ୍କୁ ବାରମ୍ବାର ଉପେକ୍ଷା ଓ ହେଉଥିବା ଦୁର୍ନୀତି ସମ୍ପର୍କରେ ସମିତି ସଭ୍ୟା ଅଭିଯୋଗ ଆଣି ନିଜ ପଦବୀରୁ ଇସ୍ତାଫା ଦେବାକୁ ଘୋଷଣା କରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ |ଅଭିଯୋଗ ସତ୍ବେ ବର୍ତ୍ତମାନ ମଧ୍ୟ ସେ ଉପେକ୍ଷିତ ହେଉଥିବା ପ୍ରକାଶ କରିବା ସହ ଗତ ସପ୍ତାହରେ ଆସିଥିବା ବନ୍ୟା କ୍ଷୟକ୍ଷତି ମରାମତି (ଏଫ.ଡି.ଆର.) ଅନୁଦାନର ପ୍ରକଳ୍ପ ମନୋନୟନରେ ମଧ୍ୟ ତାଙ୍କ ପରାମର୍ଶ ନିଆଯାଇ ନଥିବା ଶ୍ରୀମତୀ କର୍ଣ୍ଣ ଅଭିଯୋଗ କରିଛନ୍ତି |

hiranchal ad1
Leave A Reply

Your email address will not be published.

fifteen − nine =