ଦୁଇମାସ ହେଲା ଅନ୍ଧାରରେ ମାଲେବାଡ଼ି ଗ୍ରାମବାସୀ

0 83

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ୱହୀନତା କାରଣରୁ ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଂଚାୟତ ଅନ୍ତର୍ଗତ ମାଲେବାଡ଼ି ଗ୍ରାମବାସୀ ପ୍ରାୟ ଦୁଇମାସ ହେବ ଅନ୍ଧାରରେ ଜୀବନଯାପନ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ଗ୍ରାମବାସୀ ମାନେ ଜଣାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା କର୍ତ୍ତୁପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ସୂଚନା ପ୍ରକାରେ, ଗତ ଜୁନ ମାସ ୫ତାରିଖରୁ ମାଲେବାଡ଼ି ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ଅଚଳ ହୋଇଯାଇଥିଲା । ଏନେଇ ଗ୍ରାମବାସୀମାନେ ଜୁନ ମାସ ୬ତାରିଖରେ ଦାରିଙ୍ଗବାଡ଼ି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ଲିଖିତ ଭାବରେ ଜଣାଇଥିଲେ । ତେବେ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିବା ଜଣାପଡ଼ିଥିବା ବେଳେ ଗ୍ରାମବାସୀମାନେ ବକେୟା ବିଦ୍ୟୁତ ବିଲ ପୈଠ କରିବା ପରେ କିଛି ଦିନ ମଧ୍ୟରେ ନୂତନ ଟ୍ରାନ୍ସଫର୍ମର ଗ୍ରାମରେ ଲଗାଇ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ବିଭାଗ ତରଫରୁ ଗ୍ରାମବାସୀଙ୍କୁ କୁହାଯାଇଥିଲା । ତେବେ ଦୀର୍ଘ ଦିନ ଯିବା ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଆଜି,କାଲି କହିକହି ଦିନ ପରେ ଦିନ ଗଡ଼ାଇ ଚାଲିଛନ୍ତି କିନ୍ତୁ କୌଣସି ପଦକ୍ଷପ ଗ୍ରହଣ କରିନାହାନ୍ତି । ଯାହା ଫଳରେ ଗ୍ରାମବାସୀ ମାନେ ବର୍ତମାନ ଅନ୍ଧାରରେ ରହୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁକ୍ଷୀନ ହେଉଥିବା ପ୍ରକାଶ କରିଛନ୍ତି । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ଟ୍ରାନ୍ସଫର୍ମର ଟି ଅଚଳ ହୋଇଯାଇଛି କହିବା ସହିତ ସେ ଏନେଇ ଫୁଲବାଣୀ ସହକାରୀ ଯନ୍ତ୍ରୀଙ୍କୁ ଜଣାଇଛନ୍ତି । ଜିଲ୍ଲାରେ ମଧ୍ୟ ଟ୍ରାନ୍ସଫର୍ମର ର ଅଭାବ ରହିଛି ସେଠାରୁ ଟ୍ରାନ୍ସଫର୍ମର ଆସିଲେ ଗ୍ରାମରେ ଲଗାଇଦିଆଯିବ ବୋଲି କହିଥିଲେ । ତେବେ ପ୍ରାୟ ଦୁଇ ମାସ ହେବ ଟ୍ରାନ୍ସଫର୍ମର ଟି ଅଚଳ ହୋଇଥିବା ଯୋଗୁଁ ତୁରନ୍ତ ଟ୍ରାନ୍ସଫର୍ମର ଗ୍ରାମକୁ ଯୋଗାଇଦେବାକୁ ଗ୍ରାମର ପ୍ରଫୁଲ ପରିଚ୍ଚା,ରାହୁଲ ଦିଗାଲ, ଜ୍ୟେତି ଦିଗାଳ ଓ ପ୍ରମୋଦ ଦିଗାଲ ପ୍ରମୁଖ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 + 7 =