ରାଉରକେଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି

0 68

ରାଉରକେଲା : ରାଉରକେଲା ସହରର ଆଇଜିଏଚରେ ହେବ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଏହି ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଥିôବା ଗୁରୁତର ରୋଗି ମାନଙ୍କୁ ରାଉରକେଲାର ଆଇଜିଏଚରେ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ଏଥିସହ ରାଉରକେଲାରେ କୋଭିଡ କେୟାର ଗୁଡିକର ସଂଖ୍ୟା ୭୦୦ରୁ ୧୭୦୦କୁ ବୃୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସୁନ୍ଦରଗଡ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମିକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି । ଏହି ଅବସରରେ ସୁନ୍ଦରଗଡ ଜିଲ୍ଲାରେ କୋଭିଡ ଯୋଦ୍ଧା ମାନଙ୍କର ନିରନ୍ତର ଉଦ୍ୟମ ଓ ସେବା ପାଇଁ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତ ପହଞ୍ଚିପାରିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ବର୍ତ୍ତମାନ ସୁଦ୍ଧା ଡିଏମଏଫରୁ ସୁନ୍ଦରଗଡରେ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟର ଗୁଡକର ଭିତିଭୁମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ କୋଟି ଟଙ୍କା ମଞ୍ଜୁର କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଉରକେଲାର ବସ୍ତି ଅଞ୍ଚଳ ଓ ଜନଗହଳି ଅଞ୍ଚଳ ଗୁଡିକରେ ଅଧିକ ଧ୍ୟାନ ଦେବାକୁ ପ୍ରଶାସନକୁ କୁହାଯାଇଛି । ସହରର ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବା ଖବର ପାଇବା ପରେ ସହରରେ ଖୁସିର ଲହର ଖେଳି ଯାଇଛି ।

hiranchal ad1
Leave A Reply

Your email address will not be published.

10 + 18 =