ପୁଣି ୩୭ ଜଣ ପଜିଟିଭ ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୪୬ ହେଲା

0 132

ସମ୍ବଲପୁର : ଆଜିର ପ୍ରଶାସନିକ ଘୋଷଣା ଅନୁସାରେ ୩୭ ଜଣ ନୂଆ ପଜିଟିଭ ଚିହ୍ନଟ ହେବାପରେ ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୪୬ରେ ପହଞ୍ଚିଛି । ଏହି ସପ୍ତାହରେ ଦିନେ ଛଡ଼ା ବାକି ୬ ଦିନ ଯାକ ସ୍ଥିତି ନିୟନ୍ତ୍ରଣରେ ଜଣାପଡିଛି, କେବଳ ଗତ ରବିବାର ଦିନ ଶତାଧିକ ପଜିଟିଭ ଚିହ୍ନଟ ହୋଇଥିଲେ । ପୂର୍ବ ଘୋଷଣା ଅନୁସାରେ ସମଗ୍ର ଅଗଷ୍ଟ ମାସଟା ଯାକ ସବୁ ଶନିବାର ଓ ରବିବାର ସଟଡାଉନ ରହିବା କଥା, କିନ୍ତୁ ଗତକାଲି ସ୍ୱାଧୀନତା ଦିବସ ପାଳନ ପାଇଁ ଏହା କୋହଳ କରା ଯାଇଥିଲା । ସେଥିପାଇଁ ଆଜି ଓ ଆସନ୍ତାକାଲି ସଟଡାଉନ ଘୋଷଣା କରାଯାଇଛି ଓ ଏହାକୁ ପୁରା କଡାକଡି ଭାବେ ପାଳନ କରିବା ପାଇଁ ପୁଲିସ ସକ୍ରିୟ ରହିଛି । ପ୍ରତ୍ୟେକ ଛକମାନଙ୍କରେ ପୁଲିସ ପକ୍ଷରୁ ନାକା ଲଗେଇ ଯିବାଆସିବା କରୁଥିବା ଲୋକଙ୍କ କାଗଜପତ୍ର ଯାଞ୍ଚ କରାଯାଉଛି । ତଥାପି ଅମାନିଆ ଲୋକଙ୍କ ଅକାରଣେ ଏଣେତେଣେ ବୁଲିବା ଦେଖିବାକୁ ମିଳିଛି । ଏପରିକି ସ୍ଥାନୀୟ କୁମ୍ଭାରପଡ଼ା ରେ ତ ସଟଡାଉନର କିଛି ପ୍ରଭାବ ପଡ଼ିନାହିଁ । ରାସ୍ତା କଡରେ ପନିପରିବା ବିକ୍ରି ସହିତ ସେଠାକାର ଛୋଟ ଦୋକାନଗୁଡିକରେ ଅବାଧ କିଣାବିକା ଚାଲିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେଠାକାର ମୁଢିମିଲ ଚାଲୁଅଛି, ଯଦିଓ ଏହା ଠିକ୍ ଟାଉନ ଥାନା ପଛପଟେ ଅବସ୍ଥିତ ।

hiranchal ad1
Leave A Reply

Your email address will not be published.

19 − 8 =