ସରୁନାହିଁ ଦାଦନଙ୍କ ଦୁଃଖ, କର୍ଣ୍ଣାଟକରେ ଫସିଛନ୍ତି ୭ ଶ୍ରମିକ

0 416

ବୌଦ୍ଧ: କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁର ଗ୍ରାମାଞ୍ଚଳ ଜିଲ୍ଲାକୁ କାମ କରିବାକୁ ଯାଇ ବୌଦ୍ଧଜିଲ୍ଲା ଓ ନୂଆପଡା ଜିଲ୍ଲାର ୭ଜଣ ଶ୍ରମିକ ଅଟକି ରହିଥିବା ସୂଚନା ମିଳିଛି । ବେଙ୍ଗାଲୁର ଗ୍ରାମାଞ୍ଚଳ ଜିଲ୍ଲା ଅନ୍ତର୍ଗତ ହୋସାକୋଟ ବ୍ଲକ ଥିରୁମାଲାଶ୍ରୀତିହାଲି ଗ୍ରାମରେ ଥିବା ମହିନ୍ଦ୍ରା ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ନାମକ ଏକ କଂପାନୀରେ କାମକରି ଆସୁଥିଲେ । ଲକଡାଉନ ଯୋଗୁଁ କଂପାନୀ ବନ୍ଦ ହୋଇଯିବା ଫଳରେ ସେମାନେ କାମ ହରାଇବା ସହ ସେଠାରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ସେଠାରେ ଫସି ରହିଥିବା ଏହି ଶ୍ରମିକମାନେ ନିଜଘରକୁ ଫେରିବାପାଇଁ ନିଜନିଜ ପରିବାର ସଦସ୍ୟଙ୍କ ଦ୍ୱାରା ନାମ ପଞ୍ଜିକରଣ କରାଇଥିଲେ ମଧ୍ୟ ସେ ସଂପର୍କରେ ପ୍ରଶାସନ ସେମାନଙ୍କ ସହ ଯୋଗାଯୋଗ କି ସହାୟତା ଏଯାଏଁ କରିନଥିବା ପ୍ରକାଶ କରିଛନ୍ତି । ଫସିରହିିଥିବା ଶ୍ରମିକମାନେ ହେଲେ କଣ୍ଟାମାଳ ବ୍ଲକ ବଉଳସିଙ୍ଗା ଗ୍ରାମର ବିଜୟ ମହାନନ୍ଦିଆ, ବୌଦ୍ଧବ୍ଲକ ଦହ୍ୟାର ଅଭୟ ଜଗଦଲା ଓ ଅକ୍ଷୟ ଜଗଦଲା, କିରାସିରା ଗ୍ରାମର ଯୁଜେଷ୍ଟି କୁମ୍ଭାର, ହରଭଙ୍ଗା ବ୍ଲକ ପୁରୁଣାକଟକର ମିଥୁନ କହଁର । ସେହିପରି ତାଙ୍କ ସହିତ ନୂଆପଡା ଜିଲ୍ଲା ମହୁଳପଦର ଗ୍ରାମର ଯୁଗେଶ୍ୱର ମାଝୀ ଓ ସୋନବର୍ଷା ଗ୍ରାମର ଯଦୁମଣି ରାଉତ ମଧ୍ୟ ଅଟକି ରହିଛନ୍ତି । ଏ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ବୌଦ୍ଧ ଓ ନୂଆପଡା ଜିଲ୍ଲା ପ୍ରଶାସନକୁ ସେମାନେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × five =