ବାଲିଗୁଡ଼ା : କନ୍ଧମାଳରେ ଜାରୀ ରହିଛି ଲକଡାଉନ ସଟଡାଉନ ପର୍ବ । ଜିଲ୍ଲାରେ ଫୁଲବାଣୀ,ଏ.ଉଦୟଗିରି, ଟିକାବାଲି, ରାଇକିଆ, ବାଲିଗୁଡା ଆଦି ଅଂଚଳ ରେ ଦ୍ରୁତ ଗତିରେ ଲୋକାଲ କରୋନା କେସ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସଟଡାଉନ ମଧ୍ୟ ଘୋଷଣା କରାଯାଇଥିଲା ହେଲେ କେବଳ ରାସନ ସାମଗ୍ରୀ ଓ ଅତ୍ୟାବଶ୍ୟକ ଦୋକାନ ଗୁଡିକୁ ନିୟମିତ ଭାବେ ବ୍ୟବସାୟ କରିବାକୁ ଅନୁମତି ଦିଆଯାଇଥିବା ବେଳେ ବାରମ୍ବାର ଗରିବ କ୍ଷୁଦ୍ର, ଖୁଚୁରା ବ୍ୟବସାୟୀମାନଙ୍କ ଉପରେ କଟକଣା କରିଚାଲିଥିବା ଦେଖିବାକୁ ମିଳିଛି । ସେହିପରି କୋଟଗଡରେ କିଛି କରୋନା ସଂକ୍ରମିତ ଚି଼ହ୍ନଟ ପରେ ଗତ ୧୮ତାରିଖରୁ ସ୍ଥାନୀୟ ସରପଞ୍ଚଙ୍କ ସଟଡାଉନ ଘୋଷଣା ଓ ପରେ ଶନିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର ସଟଡାଉନ ଘୋଷଣା କରି ମୋଟ ୧୧ଦିନ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ସବୁ ଛୋଟ ବଡ଼ ଖୁଚୁରା ବ୍ୟବସାୟ ବନ୍ଦ ରହିଥିଲା ହେଲେ,ପୁଣି ଜିଲ୍ଲା ପ୍ରଶାସନର ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୭ଟା ରୁ ୧ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ଦୋକାନୀଙ୍କୁ ଅନୁମତି ଦିଆଯିବା ଫଳରେରେ “ତେଲିଆ ମୁଣ୍ଡରେ ତେଲ’ ସଦୃଶ ସାଧାରଣ କ୍ଷୁଦ୍ର ଖୁଚୁରା ବ୍ୟାବସାୟୀ ଉପରେ ଛାଟକୁ ସ୍ଥାନୀୟ ଅଂଚଳରେ କ୍ଷୁଦ୍ରବ୍ୟବସାୟୀ,ଉଠା ଦୋକାନୀମାନେ ନା ପସନ୍ଦ କରିଛନ୍ତି ଏବଂ କେବଳ କ’ଣ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଅନ୍ୟାନ୍ୟ ଦୋକାନରେ ହିଁ କରୋନା ବ୍ୟାପିଯାଉଛି କି? ସାଧାରଣରେ ପ୍ରଶ୍ନ ଉଠୁଛି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ କ୍ଷୁଦ୍ର, ଖୁଚୁରା ଓ ଉଠା ଦୋକାନୀ ଙ୍କ ପେଟ ପାଇଁ ଚିନ୍ତା କରିବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି ।