ବିପଦମୁକ୍ତ ହେଲା ୱାର୍ଡ ନଂ-୩୯ ରେ ଥିବା ସମସ୍ତ ବିଦ୍ୟୁତ୍‌ ଟାନ୍ସଫର୍ମର

0 115

ଭୁବନେଶ୍ୱର:ନୟାପଲ୍ଲୀ ୱାର୍ଡ ନଂ-୩୯ ଅଧିନରେ ଥିବା ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀ ନଗର ପ୍ରାୟ ୧୨ ରୁ ୧୫ ଟି ଟାନ୍ସଫରମର ଚାରୀ ପାକହରେ ପାଚେରୀ କିମ୍ବା ଗେଟ ଲାଗିନଥିଲା । ତା ଭିତରେ ଏତେ ମାତ୍ରରେ ଗଛ ଓ ଘାସ ହେଉଥିଲା ଯାହା ଫଳରେ ଗାଈଗୋରୁ ଘାସ ଖାଇବା ଆସରେ ଭିତରକୁ ପଶିଯାଉଥିଲେ ଓ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ବରଣ କରୁଥିଲେ । ଏମିତିରେ ପ୍ରାୟ ପାଞ୍ଚ ଟିରୁ ଉର୍ଦ୍ଧ ଗାଈ ଓ ଷଣ୍ଡ ମୃତ୍ୟୁ ବରଣ କରିଛନ୍ତି ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ହେବ ସମାଜସେବା ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟ ବାରମ୍ବାର ଶେଷରୁ ଦୃଷ୍ଟି ଆକର୍ଷଣ କରିବା ସହ ଅନଚଲର କିଛି ବରିଷ୍ଠ ନାଗରିକ ମାନଙ୍କୁ ଏକତ୍ରିତ କରି ଟ୍ରାନ୍ସଫରମର ପାଖରେ ଧାରଣା ବସିବା ସହ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ସେସୁ ଦୁଇ ଟି ଟ୍ରାନ୍ସଫରମର ଚାରିପାଖେ ପାଚେରୀ ଓ ଗୋଟେ ଲଗାଇଥିଲେ, ଅବଶିଷ୍ଟ ଟ୍ରାନ୍ସଫରମର ଚାରିପାଖରେ ପାଚେରୀ ଓ ଗଟେ ଲଗାଇବା ପାଇଁ ଶ୍ରୀ ପାଇକରାୟ ଓ ନୁଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ ର ମିଳିତ ପ୍ରଚେଷ୍ଟା ରେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସୁପରିଟେଣ୍‌ଡେଣ୍ଟ ଇଂଜିନିୟର ଓ ସେସୁର କାର୍ଯ୍ୟ ନିର୍ଭୟୀ ଅଧିକାରୀ ଙ୍କୁ ଲିଖିତ ଆକାରରେ ଜଣାଇଲା ପରେ ଶ୍ରୀ ପାଇକରାଇ ଶ୍ରୀ ଜେନାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ବିଧାୟକ ଶ୍ରୀ ଜେନା ଅନ୍‌ଚଳରେ ବିପଦ ଜନକ ଅବସ୍ଥା ରେ ଥିବା ସମସ୍ତ ଟ୍ରାନ୍ସଫରମର ର ଏକ ତାଲିକା ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିବାକୁ କହିଥିଲେ ସମାଜ ସେବି ମିଲନ କୁମାର ପାଇକରାୟ ବିଧାୟକ ଙ୍କୁ ଏକ ତାଲିକା ପ୍ରଦାନ କରିବା ସହ ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଉକ୍ତ ତାଲିକା ପ୍ରଦାନ କରିଥିଲେ ସେସୁଠାରୁ ଟାଟା କମ୍ପାନୀ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଟାଟା କମ୍ପାନୀ ଗୁରୁତର ସହ ବିଚାରକୁ ନେଇ ବର୍ତମାନ ପର୍ଯ୍ୟନ୍ତ ପାଞ୍ଚଟି ଟ୍ରାନ୍ସଫରମର ଚାରିପାଖେ ପାଚେରୀ ନିର୍ମାଣ ସହ ଗୋଟ, ଲଗାଇ ଭିତରୁ ସଫା ମଧ୍ୟ କରିସାରିଛନ୍ତି ଆଉ ଅବଶିଷ୍ଟ ଟ୍ରାନ୍ସଫରମର ଚାରିପାଖେ ଖୁବ ଶୀଘ୍ର ପାଚେରୀ ଓ ଗେଟ ଲଗାଯିବ ବୋଲି କାମକରୁଥିବା ଠିକାଦର ଶ୍ରୀ ପାଇକରାଇ ଙ୍କୁ ପ୍ରତିଶୃତି ଦେଇଛନ୍ତି ଏହି ଉଦ୍ଦେଶ୍ୟରେ ସମାଜସେବୀ ମିଲନ କୁମାର ପାଇକରାୟ, ୱର୍ଡ ୩୯ର ଅଞ୍ଚଳବାସୀ ଓ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ତରଫରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପେନ୍ଦ୍ର ଭଞ୍ଜ ଖାଡଙ୍ଗ ଓ ଟାଟା କମ୍ପନୀ କୁ ଧନ୍ୟବାଦ ଜଣାଉଛନ୍ତି ।

hiranchal ad1
Leave A Reply

Your email address will not be published.

2 + fifteen =