୪ ପଜିଟିଭ ଚିହ୍ନଟ ପରେ ଜହ୍ନାପଙ୍କ ହେଲା କଣ୍ଟେନମେଣ୍ଟ ଜୋନ

0 1,624

ବୌଦ୍ଧ : ଆଜି ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଜହ୍ନାପଙ୍କ ଗ୍ରାମରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ । ଆଜି ତା ୧. ୮. ୨୦୨୦ ସକାଳ ୬ ଘଣ୍ଟା ଠାରୁ ଠାରୁ ତା ୪. ୮. ୨୦୨୦ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜହ୍ନାପଙ୍କ ଗ୍ରାମବାସୀ ଘରୁ ବାହାରକୁ ନ ବାହାରିବା ପାଇଁ ଓ ଅଧିକ ଲୋକ ଗୋଟିଏ ସ୍ଥାନରେ ଠୁଳ ନ ହେବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷିତ ଅଂଚଳ ହେଲା ଜହ୍ନାପଙ୍କ ବସ୍‌ଷ୍ଟାଣ୍ଡ, ଗାଆଁବନ୍ଧ ମୁଣ୍ଡରୁ ନାରାୟଣୀ ମନ୍ଦିର, ନାରାୟଣୀ ମନ୍ଦିର ଠାରୁ ହନୁମାନ ମନ୍ଦିର ଓ ତତସଂଲଗ୍ନ ୫୦୦ ମିଟର୍ ପରିଧି ଅଞ୍ଚଳ । ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଚାରିଜଣ ପୁର୍ବରୁ ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଓ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − ten =