ପାରାଦ୍ୱୀପ ବନ୍ଦର ପକ୍ଷରୁ ବନ ମହୋତ୍ସବ ପାଳିତ

0 93

ପାରାଦ୍ୱୀପ : ସାରା ଦେଶରେ ବନ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ସଂପ୍ରତି କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା କରି ପାରାଦ୍ୱୀପ ବନ୍ଦର ପକ୍ଷରୁ ଏହି ଉତ୍ସବକୁ ସାଧାରଣ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ମେରାଇନ୍ ଡ୍ରାଇଭ କଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବନ୍ଦର ପକ୍ଷରୁ ଏକଲକ୍ଷ ଚାରା ରୋପଣ କରାଯିବାର ଯୋଜନା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୫ ହଜାର ଚାରା ରୋପଣ କରାଯାଇଛି । ତେବେ ଏହ ମହୋତ୍ସବ ପାଳନ ଅବସରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଯୋଗଦେଇ ଚାରାରୋପଣର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷଙ୍କ ସମେତ ବନ୍ଦରର ବହୁ ବିଭାଗୀୟ ମୁଖ୍ୟ ଓ ଅଧିକାରୀ ମାନେ ଉପସ୍ଥିତ ରହି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ବନ୍ଦର ପ୍ରଶାସନ ତତ୍ତ୍ୱାବଧାନରେ ଓଡିଶା ଜଙ୍ଗଲ ଉନ୍ନୟନ ନିଗମ ଦ୍ୱାରା ପରିଚାଳନା ରକାଯାଉଛି । ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ବିଭିନ୍ନ ବାତ୍ୟା ସମୟରେ ବନ୍ଦର ସହର, ବେଳାଭୂମୀ, ମାଛଧରା ବନ୍ଦର ଓ ମହାନଦୀ ମୁହାଁଣ ନିକଟରେ ବିଭିନ୍ନ ବୃକ୍ଷ ସମେତ ବହୁ ସଂଖ୍ୟାରେ ଝାଉଁ ଗଛ ସବୁ ନଷ୍ଟ ହୋଇଯାଇଛି । ତେଣୁ ଚଳିତ ବର୍ଷ ଏସବୁ ସ୍ଥାନରେ ଝାଉଁ ଗଛ ଲଗାଯାଇ ନୂତନ ଜଙ୍ଗଲ ସୃଷ୍ଟି କରିବାର ବନ୍ଦର ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସହରାଞ୍ଚଳରେ ବିଭିନ୍ନ କିସମର ଫଳ ବୃକ୍ଷ ଲଗାଯିବାର ଯୋଜନା ରହିଥିବା ବନ୍ଦର ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

five × one =