ପ୍ରବଳ ବର୍ଷା ସତ୍ତ୍ୱେ ଉତ୍ସାହ ଓ ଉଦ୍ଦୀପନାର ସହିତ ସ୍ୱାଧୀନତା ଦିବସ ପାଳିତ

0 117

ସମ୍ବଲପୁର :ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କଚେରିଛକ ପାଖ ମୁଖ୍ୟ ସଡ଼କ ଠାରେ ଆଜି ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ରେ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ଅଭିରାମ ସାହୁ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଜାତୀୟ ପତାକା ତିରଙ୍ଗା ଉତ୍ତୋଳନ କରିଥିଲେ ଓ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ “ଜନ ଗଣ ମନ’ ଗାନ କରାଗଲା । ଜିଲ୍ଲାପାଳ ଶୁଭମ ସକସେନାଙ୍କ ପୌରହିତ୍ୟରେ ପୁଲିସ ଅଧିକ୍ଷକ ଡ଼ା କନୱର ବିଶାଳ ସିଂହ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଥିଲା । କରୋନା ସଙ୍କଟ ପରିପ୍ରେକ୍ଷୀରେ କେବଳ ଅତ୍ୟାବଶ୍ୟକ ଅଧିକାରୀ ଓ ଅତିଥି ଆମନ୍ତ୍ରିତଙ୍କ ସହିତ କିଛି ମାତ୍ରାରେ ପ୍ରେସ ଓ ମିଡ଼ିଆ କର୍ମୀ ଉପସ୍ଥିତ ରହିଥିଲେ ଓ ଏଥିରେ ଜନସାଧାରଣଙ୍କୁ ସାମିଲ ହେବାପାଇଁ ଆମନ୍ତ୍ରିତ କରାଯାଇନଥିଲା । ଗତରାତିରୁ ବର୍ଷା ଲାଗିରହିଛି କିନ୍ତୁ ଏହା ସତ୍ତ୍ୱେ ଉତ୍ସବ ପାଳନ ପ୍ରସ୍ତୁତି ଯଥାଗତିରେ ଚାଲିଥିଲା । ଠିକ ପତାକା ଉତ୍ତୋଳନ ସମୟରେ ପ୍ରବଳ ବର୍ଷା ହେବା ସତ୍ତ୍ୱେ ସ୍ୱାଧୀନତା ଦିବସ ପାଳନର ଉତ୍ସାହ ରେ କିଛି ଊଣା ହୋଇ ନ ଥିଲା । ଜାତୀୟପତାକାର ସଲାମୀ ପାଇଁ ସେଠାରେ ଉପସ୍ଥିତ ପୁଲିସ ସଶସ୍ତ୍ର ବାହିନୀ ର ଯୋଦ୍ଧାମାନେ ପ୍ରବଳ ବର୍ଷାକୁ ତିଳେ ମାତ୍ର ଭୃକ୍ଷେପ ନକରି ନିଜ ସ୍ଥାନ ରେ ଦୃଢ଼ତା ର ସହିତ ଠିଆ ହୋଇ ରହିଥିଲେ, ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × 1 =