ଆଜି ଆସିବ ଜୁଲାଇ ଗାଇଡଲାଇନ, ଏହି ସବୁ ଜିଲ୍ଲାରେ ଆହୁରି କୋହଳ ହୋଇପାରେ କଟକଣା

0 205

ଭୁବନେଶ୍ୱର : ଆଜି ଆସିବ ଜୁଲାଇ ଗାଇଡ ଲାଇନ । ରାଜ୍ୟ ସରକାର ଅନଲକ ମୁହାଁ ହେବେ ନା ଆଂଶିକ ଲକଡାଉନ ଆପଣାଇବେ ତାହା ଆଜି ଜଣାପଡିବ ।ସଂକ୍ରମଣ ହାର ଅଧିକ ଥିବା ଜିଲା ପାଇଁ କି ରଣନୀତି ଅପଣାଇବେ । ଏସବୁ ନେଇ ଏବେ ଚର୍ଚ୍ଚା । କାରଣ କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକା ରହିବା ଚିନ୍ତାର କାରଣ ହୋଇଛି । ତେବେ ୨୧ ଜିଲ୍ଲାରେ ବର୍ତ୍ତମାନ ଟି.ପି.ଆର. ୫ ପ୍ରତିଶତ ତଳେ ଥିବାରୁ ଏସବୁ ଜିଲ୍ଲାରେ ଅନେକ କଟକଣା କୋହଳ କରିପାରନ୍ତି ସରକାର । ଏ- କାଟାଗୋରୀରେ ଆସୁଥିବା ୧୭ ଜିଲ୍ଲା ସହ ଆଉ ୪ ଜିଲ୍ଲାକୁ ସାମିଲ କରି ସେଠି ବସ୍‌ ଚଳାଚଳ ହେବା ସହ ଦୋକାନ ଖୋଲିବା ଅବଧି ବଢ଼ାଯାଇପାରେ । ହେଲେ କଟକ, ଖୋର୍ଦ୍ଧା, ବାଲେଶ୍ୱର, ପୁରୀ ଓ ମୟୁରଭଞ୍ଜ ଭଳି ୫ ଜିଲ୍ଲାରେ ଟି.ପି.ଆର. ୭ ପ୍ରତିଶତ ଉପରେ ଥିବାରୁ ଏସବୁ ଜିଲ୍ଲାରେ ସଂକ୍ରମଣ କମାଇବାକୁ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରହିପାରେ ।

hiranchal ad1
Leave A Reply

Your email address will not be published.

17 + 19 =