ଐତିହ୍ୟ ବିକାଶ ଯୋଜନାରେ ସମିଲ ହେବ ସାକ୍ଷୀ ଗୋପାଳ ଓ ବାକୁଳବନ

0 58

ପୁରୀ : ଐତିହ୍ୟ ପୀଠ ବିକାଶ ଯୋଜନା ରେ ସାମିଲ କରାଯିବ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ମନ୍ଦିର ଓ ବକୁଳବନ ପରିଦର୍ଶନ କରି ଏହା କହିଛନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସାକ୍ଷୀଗୋପାଳ ମନ୍ଦିର ସଂଲଗ୍ନ ଅଞ୍ଚଳ ରାଧିକୁଣ୍ଡ, ଶ୍ୟାମକୁଣ୍ଡ ଓ ଚନ୍ଦନ ପୋଖରୀର ଉନ୍ନୟନ କାମ କରିଯିବ । ସେହିପରି ପୂର୍ବରୁ ଗ୍ରାମୀଣ ପର୍ଯ୍ୟଟନ ରେ ସାମିଲ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ଗୁପ୍ତ ବୃନ୍ଦାବନ ତଥା ବକୁଳବନ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ଐତିହାସିକ କୃପାସିନ୍ଧୁ ଓ ଆଚାର୍ଯ୍ୟ ହରିହରଙ୍କ ହାତଗଢା ମଣିଷ ତିଆରି କାରଖାନା ବନବିଦ୍ୟାଳୟର ବିଲୁପ୍ତ ସ୍ମୃତିକୁ ସଜାଡି ପ୍ରଦର୍ଶନ କରାଯିବ । ୧୯ ଏକର ବିଶିଷ୍ଟ ସଂଗଠିତ ଜଙ୍ଗଲ ମଧ୍ୟରେ ରହିଥିବା ପାଦଚଲା ରାସ୍ତା, ବିଶ୍ରାମ ପୀଣ୍ଡି, ମୁକ୍ତ ପ୍ରେକ୍ଷାଳୟ, ଗ୍ୟାଲେରୀ, ଦୋକାନ ଗୃହର ମରାମତି କରିବା ସହ ପୋଖରୀ ଖନନ, ପ୍ରାକୃତିକ ନାଳର ଉନ୍ନୟନ କରାଯାଇ ସେଠାରେ ନୌକାବିହାର, ଆଲୋକକରଣ, ଚିଲଡ୍ରେନ୍ସ ପାର୍କ, ବଣଭୋଜି ସୁବିଧା, ଓପନଜିମ, କିମ୍ବଦନ୍ତୀକୁ ନେଇ ଅଡିଓ ଭିଜୁଆଲ ଇଣ୍ଟରପ୍ରିଟେସନ ସେଣ୍ଟର ସୁବିଧା କରାଯିବ । ବକୁଳବନ ସାକ୍ଷୀଗୋପାଳ ମନ୍ଦିର ମାଲିକାନାରେ ରହିଥିବାରୁ ଏହାର ବିକାଶ କାର୍ଯ୍ୟ ପରେ ଏହାର ସୁରକ୍ଷା ଓ ସୁପରିଚାଳନା ନିମନ୍ତେ ଏକ କମିଟି ସ୍ଥାନୀୟ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କୁ ନେଇ ଗଠନ କରାଯିବ । ପିପିପି ମୋଡରେ ରକ୍ଷଣାବେକ୍ଷଣ ନିମନ୍ତେ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ଜରିଆରେ ସୁନିଶ୍ଚିତ ସୁରକ୍ଷା ଦିଗରେ ପ୍ରାଥମିକତା ରହିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ଐତିହ୍ୟ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୭କୋଟି ଟଙ୍କା ଅନୁଦାନ ପ୍ରଥମ ପର୍ଯ୍ୟାୟ ରେ ମଞ୍ଜୁର କରାଯାଇଛି । ଏହା ପୂର୍ଣ୍ଣାଙ୍ଗ ହେଲେ ସତ୍ୟବାଦୀ ହଜିଲା ସ୍ମୃତି ଫେରିପାଇବା ସହିତ ସାକ୍ଷୀଗୋପାଳକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ମାନେ ଆସିବ । ଫଳରେ ମନ୍ଦିର ସେବାୟତ, ସ୍ଥାନୀୟ ବ୍ୟବସାୟୀ ଓ ଯୁବପୀଢି ଉପକୃତ ହୋଇପାରିବ । ଏହି ଗସ୍ତରେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ଉପାଧକ୍ଷ ବିକ୍ରମ ଯେନା, ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀ ଲକ୍ଷ୍ମୀ ନାରାୟଣ ସିଂହ, ସ୍ଥପତି ସ୍ୱାଗତ ଯେନା ଓ ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

hiring
hiranchal ad1
Leave A Reply

Your email address will not be published.

ten + thirteen =