ପୁରୁଣା କେରାଣ୍ଡିରେ ଗାଁ କଲ୍ୟାଣ ସମିତି ବୈଠକ

0 96

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ପୁରୁଣା କେରାଣ୍ଡି ଗ୍ରାମରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଉପରେ ବୈଠକ ହେବା ସହ କୋଭିଡ-୧୯ ଉପରେ ଗ୍ରାମରେ ସଚେତନତା ଉପରେ ବୈଠକ ହୋଇଥିଲା । ପରେ ଗ୍ରାମ ପରିକ୍ରମା କରି କୋଭିଡ-୧୯ ଉପରେ ଲୋକଙ୍କୁ ସଚେତନତା କରାଯାଇଥିଲା ଏବଂ ଏକ ହାତ ଧୁଆର ଡେମୋ ଗ୍ରାମବାସୀଙ୍କୁ ଦେଖାଇ ସଚେତନତା କରାଯାଇ ଥିଲା । ଗ୍ରାମର ଘର ଘର ବୁଲି ଥଣ୍ଡା କାଶ ଜ୍ୱର ଥିଲେ ତୁରନ୍ତ ଅଙ୍ଗନବାଡି କର୍ମୀ ଓ ଆଶା ଦିଦିଙ୍କୁ ଜଣେଇବାକୁ କହିଥିଲେ । ଗ୍ରାମବାସୀଙ୍କୁ ବାରମ୍ବାର ହାତ ଧୋଇବା ମାସ୍କ ପିନ୍ଧିବା ସାମାଜିକ ଦୂରତା ରକ୍ଷା କରିବା ଉପରେ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ସଂଯୁକ୍ତା ବରାଡ଼, ଅନିତା ପଣ୍ଡା ସ୍ୱାସ୍ଥ୍ୟ କର୍ମୀ, ଆଶା ଦିଦି ସଂଯୁକ୍ତା ବରାଡ଼ ଓ ଅପୂର୍ବ ବରାଡ଼ ଅଙ୍ଗନବାଡି ହେଲ୍ପର ଚଞ୍ଚଳା ପ୍ରଧାନ, ଟି.ଲକ୍ଷ୍ମୀ ଓ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × 2 =