ଅବକାରୀ ଏଏସ୍‌ଆଇଙ୍କ ଗିରଫ ଦାବିରେ ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡ଼ିଆ ଆସୋସିଏସନର ସଦସ୍ୟ ପିନ୍ଧିଲେ କଳାବ୍ୟାଜ୍‌

0 197

ଦଶପଲ୍ଲା : ନୟାଗଡ଼ର ଦୁଇ କର୍ତ୍ତବ୍ୟରତ ସାମ୍ବାଦିକଙ୍‌କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍‌ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳଙ୍କ ସରକାରୀ ଆବାସିକ କାର୍ଯ୍ୟାଳୟଠାରେ ସକାଳ ୮ ଟାଠାରୁ ଆରମ୍ଭ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍‌ ର ୨୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଅଭ୍ୟାସଗତ ଦୁର୍ବ୍ୟବହାରକାରି ଅବକାରୀ ସବ୍‌ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ନୟାଗଡ଼ ଜିଲ୍ଲାପାଳ ଏହି ଦାବି ପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ଦିବା ୧ ଘଟିକା ସମୟରେ ସମସ୍ତ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଧସେଇ ପଶିବା ପରେ ଜିଲ୍ଲାପାଳ ବାଧ୍ୟହୋଇ ସାମ୍ବାଦିକଙ୍କ ସାମ୍ନାକୁ ଆସି ସଂଧ୍ୟା ୫ ଘଟିକା ସମୟରେ ଏହାର ସମାଧାନ କରିବାକୁ କହିଥିଲେ । କିନ୍ତୁ ସଂଧ୍ୟା ୫ ଘଟିକା ସମୟରେ ପ୍ରତିନିଧି ଦଳଙ୍କ ସହିତ ହୋଇଥିବା ବୈଠକରେ ଏହି ସମସ୍ୟାର ବିଚାର ଆସନ୍ତା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିବା ପ୍ରତିବାଦରେ ଆଜି ନୟାଗଡ଼ ଜିଲ୍ଲା ସମସ୍ତ ବ୍ଲକ୍‌ ର ସାମ୍ବାଦିକଙ୍କ ସମେତ ଦଶପଲ୍ଲା ବ୍ଲକ୍‌ ଡିଜିଟାଲ୍‌ ମିଡ଼ିଆ ଆସୋସିଏସନର ସଦସ୍ୟ ସର୍ବଶ୍ରୀ ସୁଶାନ୍ତ କୁମାର ସାହୁ, ରତ୍ନାକର ହୋତା, ଶ୍ରୀଧର ସାହୁ, ସଂଜିବ୍‌ ସାହୁ, ଜନ୍ମେଜୟ ଆଚାର୍ଯ୍ୟ, ସୁଜିତ ନାୟକ, ସୁବାଷ ବାରିକ୍‌ , ବ୍ରଜବିହାରୀ ରୂପ ,ପ୍ରମୋଦ ମହାନ୍ତି, ପ୍ରକାଶ ନାୟକ, ରଂଜନ ବରାଡ଼,ସତ୍ୟନାରାୟଣ ସାହୁ କଳାବ୍ୟାଜ଼୍‌ ପିନ୍ଧି ଏହାର ପ୍ରତିବାଦ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =