ଦଶପଲ୍ଲା : ଆଦିବାସୀ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲ୍ଲା,ଦଶପଲ୍ଲା ବ୍ଲକ୍ ବୁଗୁଡା ଠାରେ ସ୍ଥାପିତ ହୋଇଥିବା ସର୍ବ ବୃହତ୍ ବାଳିକା ଉଚ୍ଚ଼ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ପରିସରକୁ ଆଜି ସକାଳ ୭ ଘଟିକା ସମୟରେ, ଦଶପଲ୍ଲା ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍ କରାଯାଇଛି । ପ୍ରକାଶ ଥାଉକି ବିଗତ ଦିନରେ ବିଦ୍ୟାଳୟ ପରିସରରୁ ଜଣେ ଶିକ୍ଷୟତ୍ରୀ ଓ ଜଣେ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ନିଷ୍ପତ୍ତି ନେବାପରେ, ସଠିକ୍ ଭାବରେ କରୋନା ପରିକ୍ଷଣ ଓ କରୋନା କଟକଣା କୁ ସଠିକ୍ ଭାବରେ ପାଳନ ନ କରିବା ଯୋଗୁଁ ଏପରି ଘଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।