ମନ୍ଦିର ଖୋଲିବା ନିଷ୍ପତ୍ତି ନେବେ ସରକାର

0 89

କଟକ : ରାଜ୍ୟରେ କରୋନା ଭୟ କମିନାହିଁ । ସଂକ୍ରମଣ ପ୍ରତିଦିନ ହୁ ହୁ ହୋଇ ବଢୁଛି । ପ୍ରତିଦିନ ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ଠୁ ଆରମ୍ଭ କରି ମଠ ମନ୍ଦିର ଏପରିକି ସ୍କୁଲ,କଲେଜ, ଶିକ୍ଷାନୁଷ୍ଠାନ ସଂକ୍ରମଣ ଭୟରେ ବନ୍ଦ ରଖି ଆସୁଛନ୍ତି । ଜୀବନଜୀବିକା ନଷ୍ଟ ହୋଇଯାଉଥିବାରୁ ସରକାର ବାଧ୍ୟ ହୋଇ ସପ୍ତାହନ୍ତ ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ସବୁ ଅଂଚଳରେ ଅନଲକ କରିଦେଇଛନ୍ତି । ତେବେ ରାତ୍ର ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିଛି । ଏଭଳି ସ୍ଥିତିରେ ରାଜ୍ୟର ଧର୍ମାନୁଷ୍ଠାନଗୁଡିକ ଖୋଲିବା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଆଜି ହାଇକୋର୍ଟ ଏହା ଉପରେ ଆବେଦନର ଶୁଣାଣି କରି କହିଛନ୍ତି । ହାଇକୋର୍ଟ ସିଧାସଳଖ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ରାଜ୍ୟ ସରକାର ଚାହିଁଲେ କୋଭିଡ-୧୯ ନିୟମାବଳୀ ଅନୁସରଣ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ମନ୍ଦିର ଖୋଲିପାରିବେ । ଏଣୁ ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନ ଧରି ରାଜ୍ୟର ମନ୍ଦିର, ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିବା ପରେ ପୂଜକ ଓ ସେବାୟତମାନଙ୍କ ସହିତ ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନ କାର୍ଯ୍ୟକ୍ରମରେ ସହଭାଗିତା ଦେଇପାରୁନାହାନ୍ତି । ଏହା ଏକ ଭାବାବେଗର କଥା ହୋଇଥିବାରୁ ମନ୍ଦିରଗୁଡିକ ଖୋଲିବା ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 × 2 =