ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନର ଶୁଭାରମ୍ଭ

0 70

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ୫ ବର୍ଷ ବୟସରୁ କମ ବୟସର ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ଭାରତ ସରକାରଙ୍କ ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଟିକା ଥିବା ନିମୋକୋକାଲ କଞ୍ଜୁଗେଟ ଟିକା ପିସିଭିର ଶୁଭାରମ୍ଭ ହୋଇଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ବିଭାଗ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିମୋକୋକାଲ କଞ୍ଜୁ ଗେଟ ଟିକାକରଣର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର, ଏ.ଡି.ପି.ଏଚ.ଓ ପରିବାର କଲ୍ୟାଣ ଡକ୍ଟର ଏମ୍‌.ଏସ.ମୁନିର ଡି.ଏମ୍‌.ଓ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ଡି.ପି.ଏଚ.ଓ ଡକ୍ଟର ଏମ୍‌.ମୁବାରକ ଅଲି, ଡି. ପି.ଏମ୍‌. ସୌମ୍ୟ ରାଣି ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିସିଭି ଟିକା ୫ ବର୍ଷ ବୟସ ପିଲାଙ୍କ ନିମୋକୋକାଲ ଜୀବାଣୁ ଜନିତ ନିମୋନିଆରୁ ସୁରକ୍ଷା ପ୍ରଦାନ କରିବାର ଏକ ସଫଳ ମାଧ୍ୟମ ଅଟେ । ଏହି ଟିକା ପିଲାମାନଙ୍କୁ ନିମୋକୋକାଲ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବାରେ ବେଶ ସହାୟକ ହୋଇ ଥାଏ ।ଏହି କାର୍ଯ୍ୟକ୍ରମକୁ ନେତ୍ରାନନ୍ଦ ଶତପଥୀ, ସୁଶାନ୍ତ ନାୟକ,ସୁରେଶ କୁମାର ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + 2 =