ପୁଣି ୪୨ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୮୭୦

0 164

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

hiring

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ ରହିଥିବା ବେଳେ ବରଗଡ଼ ୫ଜଣ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା,ସମ୍ବଲପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ନୟାଗଡ଼, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୪୦ଜଣ, ବରଗଡ଼ ଜିଲ୍ଲାରୁ ୧୪ଜଣ, ଭଦ୍ରକ ଜିଲ୍ଲାରୁ ୧୨୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯ଜଣ, ବୌଦ୍ଧ ଜିଲ୍ଲାରୁ ୧୩ଜଣ, କଟକ ଜିଲ୍ଲାରୁ ୪୪୦ଜଣ, ଦେବଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୫ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୧ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୨ଜଣ, ଯାଜପୁର ଜିଲ୍ଲାରୁ ୧୯୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ଜଣ, କନ୍ଧମାଳ ଜିଲ୍ଲାରୁ ୨୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୭ଜଣ, କେନ୍ଦୁଝର ଜିଲ୍ଲାରୁ ୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୮୪ଜଣ, କୋରାପୁଟ ଜିଲ୍ଲାରୁ ୬୦ଜଣ, ମାଲକାନଗିରି ଜିଲ୍ଲାରୁ ୫୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫ଜଣ, ନୟାଗଡ଼ ଜିଲ୍ଲାରୁ ୧୦୫ଜଣ, ନୂଆପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୧୬୫ଜଣ, ରାୟଗଡ଼ା ଜିଲ୍ଲାରୁ ୫୦ଜଣ, ସମ୍ବଲପୁର ଜିଲ୍ଲାରୁ ୨୩ଜଣ, ସୋନପୁର ଜିଲ୍ଲାରୁ ୧୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୭ଜଣ, ଷ୍ଟେଟ ପୁଲ୍‌ରୁ ୬୦ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − seven =