+୨ ପରୀକ୍ଷା ବାତିଲ, ଘୋଷଣା କଲେ ରାଜ୍ୟ ସରକାର

0 110

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ହେବା ପରେ ଆଜି ରାଜ୍ୟ ସରକାର ମଧ୍ୟ +୨ ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପରୀକ୍ଷାଠାରୁ ଛାତ୍ରଛାତ୍ରୀ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ସଂକଟ ପାଇଁ ପରୀକ୍ଷା କରାଇବା ସମ୍ଭବ ହୋଇପାରିନଥିଲା ।

ତେବେ କେମିତି ଉପାୟରେ ପିଲାଙ୍କ ମୂଲ୍ୟାୟନ କରାଯିବ, ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ନେଇ ମୂଲ୍ୟାୟନର ମାପଦଣ୍ଡ ସ୍ଥିର କରିବାକୁ CHSEକୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହିତ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

hiring

ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେବ, ସେମାନଙ୍କ ପାଇଁ ବି ବିକଳ୍ପ ବ୍ୟବସ୍ଥା ରଖାଯାଇଛି। ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ, ତାହା CHSE ନିର୍ଣ୍ଣୟ କରିବ।

ପୂର୍ବରୁ ରାଜସ୍ଥାନ, ୟୁପି ସରକାର ମଧ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eleven + 5 =