ୱାଲଟିୟର ରେଳବାଇ ଡିଭିଜନ୍ ଡିଆରଏମଙ୍କ ରାୟଗଡ ଗସ୍ତ: ରାୟଗଡ ରେଳ ଷ୍ଟେସନର ଆନୁସାଙ୍ଗିକ ବ୍ୟବସ୍ଥାର କଲେ ଅନୁଧ୍ୟାନ

0 68

ରାୟଗଡ: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଡିଆରଏମ୍ ଅନୁପ କୁମାର ଶତପଥି ରାୟଗଡ ଗସ୍ତ କରିଛନ୍ତି । ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଡିଆରଏମ ଶ୍ରୀ ଶତପଥି ବିଶାଖାପାଟଣାମ-ଜୟପୁର-ରାୟଗଡ ରେଳ ସେକ୍ସନ ମଧ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ, ମରାମତି,ରେଳ ଷ୍ଟେସନରେ ଆନୁସାଙ୍ଗିକ ବ୍ୟବସ୍ଥା ଓ ନିର୍ମାଣ କାର୍ଯ୍ୟଗୁଡିକର ଅନୁଧ୍ୟାନ କରିଥିଲେ । ଜୟପୁରରୁ ବାହାରି ଅପରାହ୍ନ ୨ଟା ୪୦ମିି.ରେ ସେ ରାୟଗଡ ରେଳ ଷ୍ଟେସନରେ ପଂହଚିବା ପରେ ନୂତନ ରେଳ ଡିଭିଜନ ଭାବେ ମାନ୍ୟତା ପାଇଥିବା ରାୟଗଡ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ଓ ସେବା,ରେଳ ଷ୍ଟେସନରେ ପରିମଳ ବ୍ୟବସ୍ଥା,ରେଳ ପରିବହନ ସ୍ଥାନ ତଥା ଗୁଡ୍ସ ସାଇଡିଂ ଜାଗା ସହ ନିର୍ମାଣଧୀନ ନୂତନ ରେଳ ଷ୍ଟେସନ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ । ଗତ ଦୁଇଦିନ ତଳେ ଅଗଷ୍ଟ ୧୧ତାରିଖରେ ୱାଲଟିୟର ଡିଭିଜନର ଡିଆରଏମ ଭାବେ ଶ୍ରୀ ଶତପଥି ଦାୟିତ୍ୱଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ରୁଟିନ୍ ଗସ୍ତ ବୋଲି ପ୍ରକାଶ କରିବା ସହ ରେଳ ବିଭାଗୀୟ ଶାଖା ଅଧିକାରୀମାନଙ୍କ ସହ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିବା ପ୍ରକାଶ କରିଛନ୍ତି ।

hiring

ଅପରପକ୍ଷେ ଆସନ୍ତା ୨୦ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ପୂର୍ବତଟ ରେଳବାଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ କୈାଣସି ସୂଚନା ପ୍ରଦାନ କରାଯାଇ ନ ଥିବା ସେ କହିଥିଲେ । ସେହିପରି ମାତ୍ର ଦୁଇଦିନ ତଳେ ଡିଆରଏମ ରୁପେ ଦାୟିତ୍ୱଗ୍ରହଣ କରିଥିବାରୁ ରାୟଗଡ ନୂତନ ରେଳ ଡିଭିଜନ କାର୍ଯ୍ୟକ୍ଷମକୁ ନେଇ ସେ ବିଶେଷ କିଛି କହିପାରିବେ ନାହିଁ ବୋଲି କହିଥିଲେ । ଡିଆରଏମ ଶ୍ରୀ ଶତପଥିଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ସିନିୟର ଡିସିଏମ ଏ.କେ.ତ୍ରିପାଠୀ,ସିନିୟର ଡିଇଏନ ପ୍ରଦୀପ ଯାଦବ,ସିନିୟର ଡିଇଏନ(ନର୍ଥ)ଡେଭିଡ୍ ରାଫ୍‌ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ରାୟଗଡ ରେଳ ଷ୍ଟେସନ ଅଧିକ୍ଷକ,ଆରପିଏଫ ଥାନା ଓ ଜିଆରପିଏସ ଥାନା ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମଧ୍ୟ ଡିଆରଏମ ଶ୍ରୀ ଶତପଥିଙ୍କୁ ସାକ୍ଷାତ କରିଥିଲେ ।

hiranchal ad1
Leave A Reply

Your email address will not be published.

eight + three =