ଆଇପିଏଲ ସଟ୍ଟା ଖେଳାଇବା ଠକାମି ର‌୍ୟାକେଟର ପର୍ଦ୍ଦାଫାଶ: ୫ ଅଭିଯୁକ୍ତ ଗିରଫ

0 135

ସମ୍ବଲପୁର : ବର୍ତ୍ତମାନ ଘରେ ବସି ଆଇପିଏଲ କ୍ରିକେଟ ମ୍ୟାଚ ଦେଖିବାରେ ସମସ୍ତେ ବ୍ୟସ୍ତ ଓ ଏଥିପାଇଁ ଯୁବପିଢ଼ି ବିଶେଷ ଉତ୍ସାହିତ । ଏହି ଖେଳର ଆଉ ଏକ ପକ୍ଷ ମଧ୍ୟ ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ଯେ ଏଥିସହିତ ସଟ୍ଟାଖେଳର ବଜାର ଜୋର ଧରିଛି । ଯଦିଓ ଏହା ବେଆଇନ, ତଥାପି ଏହି ସୁଯୋଗକୁ ହାତଛଡା ନ କରି ବେଶ କିଛି ଅର୍ଥ ଉପାର୍ଜନ ଆଶା ରେ ଏହା ସହିତ ଅନେକ ଯୋଡି ହୋଇ ଯାଇଛନ୍ତି । ଏହିପରି ଏକ ଠକ ର‌୍ୟାକେଟର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି, ଯଦ୍ୱାରା ଲୋକଙ୍କ ଠାରୁ ଆଇପିଏଲ ସଟ୍ଟା ଖେଳ ନାମରେ ବିପୁଳ ଠକାମି କରାଯାଉଥିଲା । ଏବିଷୟରେ ସଦର ଏସଡିପିଓ ତପନ ମହାନ୍ତି ଜଣାଇଛନ୍ତି ଯେ ସମ୍ବଲପୁର ମହାନଗର ଅନ୍ତର୍ଗତ ଚାରୋଟି ଥାନାରେ ପାଞ୍ଚଟି ମାମଲା ରୁଜୁ କରାଯାଇ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ବିକାଶ ରାଉତ (୨୫), ରାକେଶ ନିଖାଟିଆ (୨୮), ବବଲୁ ପ୍ରଧାନ (୩୦), ବିନୋଦ ସୋରେନ (୩୨) ତଥା ସୋମନାଥ ଘୋଷ (୩୮) ଭାବେ ଚିହ୍ନଟ କରା ଯାଇଛି । ଏହି ସଙ୍କ୍ରାନ୍ତରେ ଅଇଁଠାପାଲି ଥାନା, ଟାଉନ ଥାନା ଓ କ୍ଷେତରାଜପୁର ଥାନାରେ ଗୋଟିଏ ଲେଖାଏଁ ତଥା ଧନୁପାଲି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଠାରୁ ୫ଟି ମୋବାଇଲ ଫୋନ ଓ ନଗଦ ୧୫ ହଜାର ୧୫୦ ଟଙ୍କା ଜବତ କରାଯାଇଛି । ଏବାବଦରେ ତଦନ୍ତ ଜାରି ରହିଛି ଓ ଆଉ କିଛି ଲୋକ ଧରାପଡି ପାରନ୍ତି ବୋଲି କୁହା ଯାଉଛି ।

hiranchal ad1
Leave A Reply

Your email address will not be published.

7 + 19 =