ଚାରା ଫିଙ୍ଗା ଘଟଣାରେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କଲେ ଡି.ଏଫ.ଓ

0 1,911

ବୌଦ୍ଧ,୨୪/୯ – ଚାରା ରୋପଣ ନକରି ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗରେ ଫରେଷ୍ଟ ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡି. ଏଫ. ଓ. ଯଶୋବନ୍ତ ସେଠୀ l କଣ୍ଟାମାଳ ଓ ସିମିଲିଜୋରା ବିଟ ଦାଇତ୍ବରେ ଥିବା ଅଭିଯୁକ୍ତ ଗାର୍ଡ ଟିଙ୍କୁ ବେହେରାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି l ତାଙ୍କ ଅଧିନରେ ଥିବା କଣ୍ଟାମାଳ ବିଟ ଦାୟୀତ୍ବ ବଡ଼ କୁଶଙ୍ଗ ଫରେଷ୍ଟ ମାଳତୀ ମାଝିଙ୍କୁ ଓ ସିମିଲିଜୋରା ବିଟ ଅତିରିକ୍ତ ଦାୟୀତ୍ବ ମଲିକୁଦ୍ ଫରେଷ୍ଟ ଗାର୍ଡ ଅର୍ଜୁନ ବେହେରାଙ୍କୁ ଦିଆଯାଇଛି l ନିଲମ୍ବିତ ଟିଙ୍କୁ ବେହେରାଙ୍କ ହେଡ କ୍ୱାଟର୍ ବୌଦ୍ଧ ଡିଭିଜନ ଅଫିସ ନିର୍ଦ୍ଧାରଣ କରାଯାଇଛି | ଏଠାରେ ଉଲ୍ଲେଖଯୋଗ୍ୟ ଯେ କଣ୍ଟାମାଳ ରେଞ୍ଜ ତିଲକାମାଲ୍ ନିକଟବର୍ତ୍ତୀ ଗୋଟିଏ ନାଳ ନିକଟରେ ହଜାର ହଜାର ଚାରା ପଡିଥିବା ଲୋକେ ଦେଖିବାକୁ ପାଇଥିଲେ l ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଡି. ଏଫ ଓ. ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ | ଏ. ସି. ଏଫ. ରବିନ୍ଦ୍ର ଗୋଛାୟତ୍ ତଦନ୍ତ କରି ରିପୋର୍ଟ ଦେବା ପରେ ଫରେଷ୍ଟ ଗାର୍ଡ ଶ୍ରୀ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ନିଲମ୍ବନ କରାଯାଇଥିବା ଜଣାପଡିଛି l ଯେଉଁ ଟ୍ରାକ୍ଟର ଯୋଗେ ନର୍ସରୀରୁ ଚାରା ନେଇ ନାଳ ନିକଟରେ ଫୋପାଡି ଦିଆଯାଇଥିଲା ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଜନସାଧାରଣରେ ଦାବି ହେଉଛି l

hiranchal ad1
Leave A Reply

Your email address will not be published.

7 + eighteen =